Bikash Khabar
ଲୋକଙ୍କ ସହ କଥାହେବେ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ-ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ

ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ -ଟିକୁ ଭିତ୍ତି କରି ମୋ ସରକାରକାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ୭୩ତମ ସ୍ବାଧୀନତା ଦିବସ ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେବାକୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଥାନା ଜିଲ୍ଲା ହେଡ୍କ୍ବାର୍ଟର ହସ୍ପିଟାଲ୍ରେ ଲାଗୁ କରାଯିବ। ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ନିଜେ ଫୋନ୍ରେ ଯୋଗାଯୋଗ କରିବେ ମୁଖ୍ୟମନ୍ତ୍ରୀ। ସେମାନେ ସବୁଠି ଠିକ୍‌‌ ସେବା ପାଉଛନ୍ତି କି ନାହିଁ ତାହା ନିଜେ ବୁଝିବେ। ଥାନା ହସ୍ପିଟାଲ୍ରେ ଅଧିକାରୀ କର୍ମଚାରୀମାନେ ଲୋକଙ୍କୁ କିଭଳି ସେବା ଯୋଗାଉଛନ୍ତି, ଥାନାରେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉଛି ନା ନାହିଁ, ହସ୍ପିଟାଲ୍ରେ ଉପଯୁକ୍ତ ସେବା ଯୋଗାଯାଉଛି ନା ନାହିଁ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଲୋକମାନେ ଅନୁଭବ କରୁଛନ୍ତି, ଏସବୁ ବିଷୟରେମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଯୋଗାଯୋଗ କରି ନିଜେ ବୁଝିବେ ବୋଲି କହିଛନ୍ତି। ସମସ୍ତ ମନ୍ତ୍ରୀ, ରାଜ୍ୟ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଲୋକଙ୍କୁ ଫୋନ୍କରି ସେମାନଙ୍କ ସମସ୍ୟା ବିଷୟରେ ବୁଝିବେ। ସରକାରୀ ଅଫିସ୍ରେ ସେମାନଙ୍କ ଅନୁଭବ ବିଷୟରେ ପଚାରି ବୁଝିବେ। ତେବ ୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ବିଭାଗରେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

17/08/2019

Leave a Reply

Your email address will not be published. Required fields are marked *

Comments