Bikash Khabar
ପାତ୍ର ପଡାରେ ହେବ ସିଟି ଫରେଷ୍ଟ

ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ପ୍ରତିଷ୍ଠା ହେବ ସିଟି ଫରେଷ୍ଟ ବା ନଗର ବନ। ଏହି ଅଞ୍ଚଳରେ ଖାଲିଥିବା ୪୩ ଜମିରେ ବ୍ୟାପକ ବୃକ୍ଷରୋପଣ କରି ନଗର ବନ ସୃଷ୍ଟି କରାଯିବ। ନିମ୍ବ, କରଞ୍ଜ, ବାଉଁଶ, ବର ପରି ବୃକ୍ଷରୋପଣ ହେବ। ଜନସାଧାରଣଙ୍କୁ ଯେପରି ଅମ୍ଳଜାନ ମିଳି ପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ। ପର୍ଯ୍ୟଟକଙ୍କ ବୁଲିବା ଲାଗି ନଗର ବନ ପରିସରରେ ବ୍ୟାପକ ସୁବିଧା ସୁଯୋଗ ରହିବ। କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟକୁ ଏଭଳି ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୦୦ ସହରରେ ନଗର ବନ ସୃଷ୍ଟି କରିବାକୁ ଗତ ଅଗଷ୍ଟ ମାସରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ଓଡ଼ିଶାର ୫ଟି ସହରରେ ନଗର ବନ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବା ସହ କେନ୍ଦ୍ରକୁ ପ୍ରସ୍ତାବ ପଠାଇଛନ୍ତି। ଅନ୍ୟପକ୍ଷରେ ଜାନୁଆରି ପହିଲାରୁ ଖୋଲିବ ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର। ରାଜଧାନୀ ଉପକଣ୍ଠରେ ଥିବା ଏହି କେନ୍ଦ୍ର ଦୀର୍ଘ ମାସ ହେଲା ବନ୍ଦ ହୋଇ ପଡ଼ିଛି। ପର୍ଯ୍ୟଟକ ପ୍ରବେଶ କରିପାରୁ ନାହାନ୍ତି କି ଔଷଧୀୟ ବୃକ୍ଷ ଭିତରେ ସମୟ କାଟିପାରୁ ନାହାନ୍ତି। ଏବେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ନୂଆବର୍ଷରୁ ଏହାକୁ ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରବେଶ ସମୟରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ୧୫୦ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ରରେ ୩୦୦ ପ୍ରଜାତିର ବହୁ ବିରଳ ଔଷଧୀୟ ବୃକ୍ଷ ରହିଛି। ୭୩ ପ୍ରଜାତିର ହର୍ବାଲ୍, ୭୨ ପ୍ରଜାତିର ଗୁଳ୍ମ, ୩୦ ପ୍ରଜାତିର ଲତା, ହଜାର ତୁଳସୀ ଗଛ, ହଜାର ଆଲୋଭେରା, ହଜାର ଅଶ୍ବଗନ୍ଧା, ୨୦୦ ଗୁଡ଼ମାରି, ୫୦୦୦ କଳାମେଘ, ଏକ ହଜାର ଗୁଲୁଚି, ୫୦୦ ଡାଲଚିନି ଗଛ ରହିଛି। ପ୍ରାୟ .୮୧ ହେକ୍ଟର ଅଞ୍ଚଳରେ ଏହି ଗଛଗୁଡ଼ିକ ରହିଛି। ଏଥିସହ ଏହା ପରିସରରେ ଏକ ବାଉଁଶ ବଗିଚା ରହିଛି, ଯାହାକି ସବୁଠାରୁ ଆକର୍ଷଣୀୟ ହୋଇଛି।

18/12/2020

Leave a Reply

Your email address will not be published. Required fields are marked *

Comments