Bikash Khabar
ପ୍ରଦୂଷଣ ରୋକିବାପାଇଁ ରାଉରକେଲାରେ ହେଲା ପ୍ରଥମ ସିଏନ୍‌ଜି ଷ୍ଟେସନ

 ପ୍ରଦୂଷଣ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଉରକେଲା ସହର । ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ଲୋକାର୍ପିତ  ହୋଇଛି ସିଏନ୍‌ଜି ଷ୍ଟେସନ । ସ୍ଥାନୀୟ ଛେଣ୍ଡ୍‌ ପେଟ୍ରୋଲ ପମ୍ପରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଗେଲର ଅଫିସରମାନଙ୍କ ଉପସ୍ଥିତିରେ ଏହି ସିଏନ୍‌ଜି ଷ୍ଟେସନ୍‌ ଉଦ୍‌ଘାଟିତ ହୋଇଛି ।

ପ୍ରଦୂଷଣ ର ଵିଷ ବଳୟରେ ସହର । ଗାଡି ମଟର ର ଧୁଆଁ ରେ ଅଣନିଶ୍ୱାସୀ ହେଉଛି ଜୀବନ।  ଜନସଂଖ୍ୟା ସହ ବଢିଚାଲିଛି ଗାଡି ସଂଖ୍ୟା । ତେଣୁ ପ୍ରଦୂଷଣ ରୋକିବା ପାଇଁ ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ସିଏନ୍‌ଜିର ବ୍ୟବହାର ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ଉପସ୍ଥିତି ନେତୃବୃନ୍ଦ ।

ଉଦ୍‌ଘାଟିତ ଏହି ସିଏନ୍‌ଜି ଷ୍ଟେସନ୍‌ରେ ଗାଡିସଂଖ୍ୟା ତଥା ଟ୍ରାଫିକକୁ ନଜରରେ ରଖି ୨୦ରୁ ୨୨ ହଜାର ଗାଡି ରେ ଗ୍ୟାସ ଫିଲିଙ୍ଗ କରିବାର ବ୍ୟବସ୍ଥା କରାଯାଇଛି । ଏଥିସହ ଆଗାମୀ ଦିନମାନଙ୍କରେ ଇସ୍ପାତ କାରଖାନା ଓ ଅନ୍ୟାନ୍ୟ କୋଇଲା ଚାଳିତ କାରଖାନାମାନଙ୍କୁ ମଧ୍ୟ ସିଏନ୍‌ଜି ପରିଚାଳିତ କରିବାର ବ୍ୟବସ୍ଥା କରାଯିବା ନେଇ କୁହା ପାଇଛି । କେବଳ ସେତିକି ନୁହେଁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଭାଗରେ ଶୀଘ୍ର ଏହି ଷ୍ଟେସନ୍‌ ଆରମ୍ଭ କରାଯିବା ନେଇ ସୂଚନା ଦିଆଯାଇଥିଲା ।

04/03/2019

Leave a Reply

Your email address will not be published. Required fields are marked *

Comments