Bikash Khabar
ଗଞ୍ଜାମରେ ଆଜିଠୁ କରୋନା ସଚେତନତା ସପ୍ତାହ

ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ଆଜିଠୁ ଅକ୍ଟୋବର ତାରିଖ ଯାଏଁ ଗଞ୍ଜାମରେ କୋଭିଡ୍ ସଚେତନତା ସପ୍ତାହ ପାଳିତ ହେବ ଏହି ସମୟରେ ଉଭୟ ଅନ୍ଲାଇନ୍ ଅଫଲାଇନ୍ କ୍ୟାମ୍ପେନ୍ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ। ସ୍ୱେଚ୍ଛାସେବୀ ଏବଂ ଜନପ୍ରତିନିଧିମାନେ ଘରକୁ ଘର ବୁଲି କରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବେ ଉପାନ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ଟିମ୍ ଯାଇ କରୋନାର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ସେହିପରି ରାଲି ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏନ୍ଜିଓ, କୋଭିଡ୍ ଶକ୍ତି ମହିଳାମାନେ ଲୋକଙ୍କୁ ସଚେତନ କରାଇବେ ପିଲାଙ୍କ ମଧ୍ୟରେ ଅନଲାଇନ୍ରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ହେବ ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

24/09/2020

Leave a Reply

Your email address will not be published. Required fields are marked *

Comments