Bikash Khabar
ନବଦମ୍ପତ୍ତିଙ୍କ ଆଦର୍ଶ କାମ,ଅତିଥିଙ୍କୁ ଉପହାର ଦେଲେ ଗଛ

କରୋନା କଟକଣା ଭିତରେ ଚାଲିଛି ବିବାହ ଉତ୍ସବ ଭିତରେ ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ନିକଟ ତରାସ ଗ୍ରାମରେ ଜିଲ୍ଲାର ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରା  ସାଗରତନୟାଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଶୁକ୍ରବାର ଥିଲା ଉଭୟଙ୍କର ରିସେପସନ ପାର୍ଟି ଅଭିନୟ ଉପାୟରେ ଏହି ରିସେପସନ ପାର୍ଟି ପାଳନ ହେଉଥିବା ଦେଖିବାକୁ ମିଳିଛି ବିବାହ ଉତ୍ସବର ମଞ୍ଚ ଉପରେ ଏକ ଚାରିଟି କ୍ୟାସ୍ ବକ୍ସ ରଖାଯାଇଥିଲା ନିମନ୍ତ୍ରିତ ଅତିଥିମାନଙ୍କ ଆଶୀର୍ବାଦ ତଥା ଉପହାର ସ୍ବରୂପ ଅର୍ଥକୁ ଏହି ବକ୍ସରେ ପକାଇବାକୁ ଉଭୟ ବର କନ୍ୟା ନିବେଦନ କରିଥିଲେ ଏହି ଅର୍ଥ ଅସହାୟ  ଶିଶୁଙ୍କ ପାଇଁ ପ୍ରଦାନ କରାଯିବ  ବୋଲି ସରୋଜକାନ୍ତ କହିଛନ୍ତି ଏହା ସହ ମଞ୍ଚ ସାରା ଭଳିକି ଭଳି ବୃକ୍ଷ ଚାରା ରଖାଯାଇଥିଲା ନିମନ୍ତ୍ରିତ ଅତିଥିଙ୍କୁ ପ୍ରତି ଉପହାର ସ୍ବରୂପ ଗୋଟିଏ ଲେଖାଏଁ ଗଛ ଉଭୟ ନବଦମ୍ପତ୍ତି ପ୍ରଦାନ କରି ଆଶୀର୍ବାଦ କାମନା କରିଥିଲେ ବିବାହ ବେଦିରେ ନାଵ ଵିଵାହିତ ଦମ୍ପତି ଙ୍କ ଏହି ପ୍ରୟାସ କୁ ଅତିଥି ମାନେ ସ୍ୱାଗତ କରିଥିଲେ

12/12/2020

Leave a Reply

Your email address will not be published. Required fields are marked *

Comments