Bikash Khabar
ଆଜି ଛାଡ଼ ,ଜମିଛି ୩ ହଜାର କ୍ୟୁଣ୍ଟାଲର ରାଜଧାନୀ ମାଛ ବଜାର

ସରିଲା ପୁଣ୍ୟମାସ କାର୍ତ୍ତିକ। ଆଜି ମଙ୍ଗଳବାର ସତ୍ୱେ ରାଜଧାନୀରେ ପାଳିତ ହେଉଛି ଛାଡ଼ଖାଇ ୟୁନିଟ ,ଝାରପଡା,ଗ୍ୟାରେଜଛକ,ଉତ୍ତରା,ରସୁଲଗଡ,ନୟାପଲ୍ଲୀ ମାଛ ବଜାର ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ମାଛ,ମାଂସ ଚିଙ୍ଗୁଡ଼ି,କଙ୍କଡା ପାଇଁ ଅଧିକ ଚାହିଦା ରହିଥିବା ଦେଖିବାକୁ ମିଳୁଛି କରୋନା କାର୍ତ୍ତିକ ମାସ ପାଇଁ ବେପାର ରେ ମାନ୍ଦାବସ୍ଥା କୁ ସାମ୍ନା କରିଥିବା ଆମିଷ ବେପାରୀ ଏବେ ଛାଡ଼ଖାଇ ପାଇଁ କୁକୁଡ଼ା, ଖାସି, ମାଛ, କଙ୍କଡ଼ା ଅଧିକ ପରିମାଣରେ ମଗାଇଛନ୍ତି ଛାଡ଼ଖାଇରେ ଅଢ଼େଇ ହଜାରରୁ ହଜାର କ୍ବିଣ୍ଟାଲ ମାଛ, ୩୦୦ରୁ ୪୦୦ କ୍ବିଣ୍ଟାଲ ମାଂସ ବିକ୍ରି ହେବା ଆକଳନ ହୋଇଛି। ଅନ୍ୟପକ୍ଷରେ ଆମିଷ ବଜାରରେ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାମାଜିକ ଦୂରତା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

01/12/2020

Leave a Reply

Your email address will not be published. Required fields are marked *

Comments