Bikash Khabar
ଚାଲିଛି ବାତ୍ୟା କ୍ଷୟକ୍ଷତି ଆକଳନ,୨୩ ରେ ସରିବ

ବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକରେ ,ବିଭାଗୀୟ କର୍ମଚାରୀ ଙ୍କ ଦଳ ଗତକାଲି ଗୁରୁବାର ଠାରୁ  ଘର ଘର ଯାଇ କ୍ଷତି ଆକଳନ କରୁଛନ୍ତି  ଘର,ଫସଲ,ପ୍ରାଣୀସମ୍ପଦ,ଡ଼ଙ୍ଗା,ହସ୍ତତନ୍ତ  ହସ୍ତଶିଳ୍ପ କାରିଗରଙ୍କ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ଆରମ୍ଭ ହୋଇଛି  ଏହି କାର୍ଯ୍ୟ ମେ ୨୩  ତାରିଖ ସୁଧା ଶେଷ ହେବ  ବୋଲି ରାଜ୍ୟ ରିଲିଫ କମିଶନର ସୂଚନା ଦେଇଛନ୍ତି କର୍ମଚାରୀ ମାନଙ୍କୁ ସହଯୋଗ କରିବାପାଇଁ ଜନଗଣଙ୍କୁ ନିବେଦନ କରାଯାଉଛି। ବାତ୍ୟାଂଚଳ ଜନଗଣ ପ୍ରକୃତ କ୍ଷତିପୁରଣ ପାଇବାକୁ ହେଲେ ଆକଳନ କରିବାକୁ ଯାଇଥିବା କର୍ମଚାରୀଙ୍କୁ ପ୍ରକୃତ ସ୍ଥିତି ଦେଖାନ୍ତୁ ତେବେ ଯାଇ ଠିକ ସମୟରେ ଆକଳନଶେଷ ହୋଇପାରିବ   ଏସଆରସି ଙ୍କ ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ ବାତ୍ୟା ଦ୍ୱାରା ମୃତ ଦୁଗ୍ଧ ପ୍ରଦାନକାରୀ ଛୋଟପ୍ରାଣୀ ଯଥାଛେଳି,ମେଣ୍ଢା,ଘୁଷୁରୀ,ପାଇଁ ପ୍ରତି ପ୍ରାଣିପିଛା ୩୦୦୦ ଟଙ୍କା ପ୍ରଦାନକରାଯିବ ପରିବାର ପିଛା ସର୍ବାଧିକ ୩୦ ଗୋଟି ଛୋଟ ପ୍ରାଣୀଙ୍କ ପାଇଁ ଏହି ସହାୟତା ଦିଆଯିବ ବାତ୍ୟା ଯୋଗୁଁ ମୃତ ବଡ଼ ଭାରବାହୀ ପ୍ରାଣୀ ଯଥା ବଳଦ,ମହିଷୀ ,ଘୋଡା ପାଇଁ ପ୍ରତି ପ୍ରାଣୀ ପିଛା ୨୫୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ଏହି ସହାୟତା ପରିବାର ପିଛା ସର୍ବାଧିକ ତିନୋଟି ବଡ ଭାରବାହୀ ପ୍ରାଣୀଙ୍କ ପାଇଁ ମିଳିବ ସେହିପରି ବାତ୍ୟାଯୋଗୁଁ ମୃତ ଛୋଟ ଭାରବାହୀ ପ୍ରାଣୀ ଯଥା ବାଛୁରୀ,ଗାଢ଼, ତଟୁଘୋଡା ପାଇଁ ପ୍ରତି ପ୍ରାଣୀ ପିଛା ୧୬୦୦୦ ଟଙ୍କା ସହାୟତା ମିଳିବ ଏହି ସହାୟତା ପରିବାର ପିଛା ସର୍ବାଧିକ ଗୋଟି ଛୋଟ ଭାରବାହୀ ପ୍ରାଣୀଙ୍କ ପାଇଁ ଦିଆଯିବ। ବାତ୍ୟାଦ୍ୱାରା ପକ୍କା ଘର କିମ୍ବା କଚ୍ଛ ଘର ସମ୍ପୂର୍ଣ୍ଣ ବା ଅତିମାତ୍ରାରେ ନଷ୍ଟ ହୋଇଥିଲେ ୯୫୧୦୦ ଟଙ୍କା ସହାୟତା ମିଳିବ  ଆଂଶିକ କ୍ଷତିଗ୍ରସ୍ତମାନଙ୍କୁ ମଧ୍ୟ ନିୟମ ଅନୁଯାୟୀ ସହାୟତା ମିଳିବ ସ୍ଥାନୀୟ ଆରଆଇ କିମ୍ବା ତହସିଲଦାର ଆବଶ୍ୟକୀୟ ସ୍ଥଳେ ହିତାଧିକାରୀଙ୍କୁ ଯୋଗାଯୋଗକରିବେ

17/05/2019

Leave a Reply

Your email address will not be published. Required fields are marked *

Comments