Bikash Khabar
ବେଆଇନ୍‌ ଚାନ୍ଦା ଆଦାୟ ରୋକିବାକୁ ଥାନାଙ୍କୁ ନିର୍ଦ୍ଦେଶ ଦେଲେ ଡିଜି

ରାସ୍ତା ଉପରେ ବସ୍ଗୁଡ଼ିକରୁ ବଳପୂର୍ବକ  ଚାନ୍ଦା ଆଦାୟ କଲେ ଡକାୟତି ମାମଲା ରୁଜୁ ହେବ। ରାତି ସମୟରେ ଯେଉଁ ସ୍ଥାନମାନଙ୍କରେ ବସ୍ଅଟକାଇ ଚାନ୍ଦା ଆଦାୟ କରାଯାଉଥିବ ସୂଚନା ପାଇଲେ ପୁଲିସ୍ତୁରନ୍ତ ପଦକ୍ଷେପ ନେବ। କୌଣସି ମତେ ପାର୍ବଣ ଋତୁରେ ରାସ୍ତା ଉପରୁ ଚାନ୍ଦା ଆଦାୟ ଘଟଣାକୁ ବରଦାସ୍ତ କରାଯିବନି ବୋଲି ଆଜି ଡିଜି ବିଜୟ କୁମାର ଶର୍ମା ସମସ୍ତ ଥାନାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ବସ୍ମାଲିକ ˚ ପକ୍ଷରୁ ଆଜି ଡିଜିଙ୍କୁ ଭେଟି ବେଆଇନ୍ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ଡିଜି ଏହି ପଦକ୍ଷେପ ନେଇଛନ୍ତି। ରାତି ସମୟରେ ଦୂର ଦୂରାନ୍ତରୁ ବସ୍ଗୁଡ଼ିକ ଗନ୍ତବ୍ୟସ୍ଥଳକୁ ଯାଉଥିଲାବେଳେ ଜାତୀୟ ରାଜପଥ ଉପରେ ବିଭିନ୍ନ ସ୍ଥାନରେ କିଛି ବ୍ୟକ୍ତି ବେଆଇନ ଭାବେ ଚାନ୍ଦା ଆଦାୟ କରୁଛନ୍ତି। ଚାନ୍ଦା ପାଇଁ ବସ୍କୁ ଦୁଇ ତିନିଘଣ୍ଟା ପର୍ଯ୍ୟନ୍ତ ଅଟକ ରଖୁଛନ୍ତି। ଯାହାଫଳରେ ଯାତ୍ରୀମାନେ ନାହିଁ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଦବିବାଦ ଏବ˚ କେତେକ କ୍ଷେତ୍ରରେ ଆକ୍ରମଣ କରି ଚାନ୍ଦା ଦିଆଯିବାକୁ ବାଧ୍ୟ କରାଯାଉଛି। ସାରା ରାଜ୍ୟରେ ଗଣେଶ ପୂଜାରୁ ଦୁର୍ଗାପୂଜା ପର୍ଯ୍ୟନ୍ତ ପାର୍ବଣ ସମୟ ଜାରି ରହିବ। ଏଥିପାଇଁ ରାସ୍ତାଘାଟରେ ବ୍ୟାଗ, ଥାଳି ଧରି ଚାନ୍ଦା ଆଦାୟ ଏକ ନିୟମିତ ଧାରାରେ ପରିଣତ ହେଲାଣି। ବର୍ତ୍ତମାନ ରାଜ୍ୟରେ ପାଖାପାଖି ୧୮ହଜାର ଘରୋଇ ବସ୍ଚାଲୁଥିବାବେଳେ ସେଗୁଡିକ ମଧ୍ୟରୁ ପ୍ରାୟ ୬ହଜାର ବସ୍ରାତି ସମୟରେ ଯାତ୍ରା କରୁଛନ୍ତି। ହେଲେ ରାତି ସମୟରେ ବେଆଇନ ଚାନ୍ଦା ଆଦାୟ ଯୋଗୁଁ ବସ୍କର୍ମଚାରୀ ଯାତ୍ରୀମାନେ ଅସୁରକ୍ଷିତ ମଣୁଛନ୍ତି। ତେଣୁ ରାତିରେ ଚାନ୍ଦା ଆଦାୟ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ˚ ଦାବି ଜଣାଇଛି।

01/09/2019

Leave a Reply

Your email address will not be published. Required fields are marked *

Comments