Bikash Khabar
ନିଆରା ମଣିଷ,ନିଜ ପେନସନ ଟଙ୍କାରେ ନିର୍ମିତ ପୋଲକୁ ଲୋକାର୍ପଣ କଲେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ

 ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ନିର୍ମିତ ହୋଇଥିବା ଏକ ପୋଲକୁ ଆଜି ଲୋକାର୍ପିତ କରାଯାଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାନପୁର ଗ୍ରାମର ଗଙ୍ଗାଧର ରାଉତ ଆଜି ପିଉସା-ପୁତୁରା ସେତୁକୁ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ସମୟରେ ସାମାଜିକ ଦୂରତ୍ବ ନିୟମ ପାଳନ କରାଯାଇଥିଲା। କାନପୁର ଗାଁର ଗୋପବନ୍ଧୁ ସାଜିଥିବା ଗଙ୍ଗାଧର ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଥିଲେ। ଯେଉଁ ଟଙ୍କାପାଇଥିଲେ ସେଥିରେ କାର କିଣିବାକୁ ଘର ଲୋକ କହିଥିଲେ। ମାତ୍ର ଗଙ୍ଗାଧରଙ୍କ ସ୍ୱପ୍ନ ଥିଲା ଅଲଗା। ଗାଁ ଲୋକଙ୍କ ବର୍ଷବର୍ଷର ସମସ୍ୟାକୁ ସେ ଦୂର କରିବାପାଇଁ ସେ ଏକ ପୋଲ ନିର୍ମାଣକରିବାକୁ ସ୍ବପ୍ନ ଦେଖିଥିଲେ। ମାର୍ଚ୍ଚ ୨୦୧୮ରେ ଏହି ପୋଲ କାମ ଆରମ୍ଭ କରିଥିଲେ। ମୋଟ ୧୮ଲକ୍ଷ ୧୦ହଜାର ଟଙ୍କା ବ୍ୟୟକରି ସେ ୨୧୦ ଫୁଟ ଲମ୍ବ, ୧୦ଫୁଟ ଓସାରର ଏକ ଫୁଟ ବ୍ରିଜ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି। ଏଥିରେ ଗଙ୍ଗାଧରଙ୍କ ନିଜସ୍ୱ ୧୬ଲକ୍ଷ ଟଙ୍କା, ତାଙ୍କ ପତ୍ନୀଙ୍କ ସଞ୍ଚିତ ଅର୍ଥରୁ ୧ଲକ୍ଷ, ପୁଅ ମନୋରଞ୍ଜନ ରାଉତଙ୍କ ୧ଲକ୍ଷ ଝିଅ ଜିଜ୍ଞାସା ରାଉତ ୧୦ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି।

18/05/2020

Leave a Reply

Your email address will not be published. Required fields are marked *

Comments