Bikash Khabar
ସାଧାରଣ ସେବା କେନ୍ଦ୍ରରେ ମିଳିବ ଡିଏଲ୍‌ ଆବେଦନ ସୁବିଧା

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ -ଟି ମନ୍ତ୍ରର ସଫଳ ପ୍ରୟୋଗ ବାଣିଜ୍ୟ ପରିବହନ ବିଭାଗରେ କରାଯାଉଛି। ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଅସିତ୍ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ଅଗ୍ରଗତି ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ସାଧାରଣ ଜନତା ଯେପରି ଆର୍ଟିଓ ଯାଇ ଅନ୍ଲାଇନ୍ମାଧ୍ୟମରେ ସମସ୍ତ ସୁବିଧା ପାଇବେ, ସେ ଦିଗକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।

ଡ୍ରାଇଭିଂ ଲାଇସେନ୍ସ ଆବେଦନ(ଡିଏଲ୍‌), ପଞ୍ଜୀକରଣ ସାର୍ଟିଫିକେଟ୍‌ (ଆର୍ସି), ମାଲିକାନା ହସ୍ତାନ୍ତର ଏବଂ ରାଜସ୍ବ ଆଦାୟ ପ୍ରଭୃତି କାର୍ଯ୍ୟ ସାଧାରଣ ସେବା କେନ୍ଦ୍ର(ସିଏସ୍ସିଏସ୍‌) ଦ୍ୱାରା ଅନ୍ଲାଇନରେ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଉପରୋକ୍ତ ସେବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ସିଏସ୍ସିଏସ୍ଦ୍ୱାରା ଉପଲବ୍ଧ କରାଯିବ। ଏଲ୍ଏଲ୍ଏବଂ ଡିଏଲ୍ପାଇଁ ସର୍ଭିସ୍ଦେୟ ଅନ୍ଲାଇନ୍ଜରିଆରେ ଆଦାୟ କରାଯିବ। ଏହାଦ୍ୱାରା ଆର୍ଟିଓରେ ଭିଡ଼ ହ୍ରାସ ପାଇବ। ନୂଆ ବ୍ୟବସ୍ଥା ଦ୍ୱାରା ଅନ୍ଲାଇନ୍ରେ ତଥ୍ୟ ଅପ୍ଲୋଡ୍କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ପ୍ରାୟ ୧୨ ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ ବୋଲି ବାଣିଜ୍ୟ ପରିବହନ ସଚିବ ମତ ରଖିଛନ୍ତି। ଆର୍ସିଠାରୁ ଆରମ୍ଭ କରି ସିଏସ୍ସିଏସ୍ବ୍ୟବସ୍ଥାକୁ ଅନ୍ଲାଇନ୍ମାଧ୍ୟମରେ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ହାଇପୋଥେକେଶନ୍, ଠିକଣା ବଦଳ, ଫିଟ୍ନେସ୍ସାର୍ଟିଫିକେଟ୍ଏବଂ ଆର୍ସି ପୁନଃ ପଞ୍ଜୀକରଣ ଆଦି କରାଯିବ। ଏହା ଦ୍ୱାରା ପ୍ରାୟ ୧୦ ଲକ୍ଷ ଜନସାଧାରଣ ଉପକୃତ ହୋଇପାରିବେ। ଅନ୍ଲାଇନ୍ରେ ଥିବା ପରିବହନ ବ୍ୟବସ୍ଥା ଦ୍ୱାରା ମଧ୍ୟ ଦେୟ ପୈଠ କରାଯାଇପାରିବ। ବର୍ତ୍ତମାନ ସ୍ଥିତିରେ ପ୍ରାୟ ୬୫ ପ୍ରତିଶତ ରାଜସ୍ବ ସଂଗ୍ରହ ଅନ୍ଲାଇନ୍ବ୍ୟବସ୍ଥା ଦ୍ୱାରା କରାଯାଉଛି। ଆସନ୍ତା ୨୦୨୦ ମାର୍ଚ୍ଚ ଶେଷସୁଦ୍ଧା ଏହାକୁ ୯୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଅକ୍ଟୋବର ସୁଦ୍ଧା ୧୦୦୪ କୋଟି ଟଙ୍କାର ରାଜସ୍ବ ସଂଗୃହୀତ କରାଯାଇଛି। ଗତବର୍ଷରେ ଏହି ଆଦାୟ ୧୦୦୧ କୋଟି ରହିଥିଲା। ବାଣିଜ୍ୟ ପରିବହନ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର କହିଥିଲେ ଯେ, ସଂଗୃହୀତ ହୋଇଥିବା ପ୍ରାୟ ୮୦ ପ୍ରତିଶତ ରାଜସ୍ବ ପଞ୍ଜୀକରଣ ଏବଂ ନୂଆ ଯାନବାହନ କ୍ରୟ ବାବଦ କରରୁ ସଂଗ୍ରହ କରାଯାଇଛି। ସେହିପରି ସମସ୍ତ ଯାନବାହନକୁ ସରକାରୀ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଥିବା ମନୋଜ କହିଥିଲେ।

06/11/2019

Leave a Reply

Your email address will not be published. Required fields are marked *

Comments