Bikash Khabar
ଇସ୍ରୋ ଅଧ୍ୟକ୍ଷ ଶିଵନ ପାଇଲେ ଡକ୍ଟର ଅଫ ସାଇନ୍ସ ଆୱାର୍ଡ

କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ଇସ୍ରୋର ଅଧ୍ୟକ୍ଷ କେ. ଶିବନଙ୍କୁ ଡକ୍ଟର ଅଫ୍ସାଇନ୍ସ ଉପାଧିରେ ସମ୍ମାନିତ କରିଛନ୍ତି।ବେଙ୍ଗାଲୁରୁଠାରେ ଆୟୋଜିତ ଏକ ନିରାଡ଼ମ୍ବର ସମାରୋହରେ ବିଶ୍ୱେଶ୍ୱରାୟ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି। ଦେଶରେ ମହାକାଶ କାର୍ଯ୍ୟକ୍ରମ ଏବଂ ସାମାଜିକ କ୍ଷେତ୍ରରେ ଶିବନ୍ଙ୍କ ଭୂମିକାକୁ ରାଜ୍ୟପାଳ ଭୂୟସି ପ୍ରଶଂସା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଡକ୍ଟର ସି.ଏନ୍‍. ଆଶ୍ୱସ୍ତ ନାରାୟଣ ଡକ୍ଟର ଶିବନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ପ୍ରଚେଷ୍ଟାରେ ଇସ୍ରୋ ଅନେକ ପ୍ରତିଷ୍ଠା ଅର୍ଜନ କରିପାରିଛି ବୋଲି କହିଛନ୍ତି। ସେ ଇସ୍ରୋର ଭବିଷ୍ୟତ ପ୍ରକଳ୍ପର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

22/11/2020

Leave a Reply

Your email address will not be published. Required fields are marked *

Comments