Bikash Khabar
୪୦ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ

 ପ୍ଲାଷ୍ଟିକ୍ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍ୟୁଜଡ୍ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏପରିସ୍ଥଳେ ଥାଇଲାଣ୍ଡର ବ୍ୟାଙ୍କକରେ ଥିବା ଏକ ବୌଦ୍ଧ ବିହାରରେ ବାସ କରୁଥିବା କେତେକ ବୌଦ୍ଧ ଭିକ୍ଷୁ ୪୦ ଟନ୍ପ୍ଲାଷ୍ଟିକ୍ବର୍ଜ୍ୟରୁ କପଡ଼ା ପ୍ରସ୍ତୁତ କରିଛନ୍ତି। ଏହାକୁ ପୋଷାକ ତିଆରି କାର୍ଯ୍ୟରେ ବ୍ୟବହାର କରାଯାଉଛି। ସ୍ଥାନୀୟ ବାଟ ଚକ୍ଡାଏଙ୍ଗ୍ବୌଦ୍ଧ ବିହାରରେ ବାସ କରୁଥିବା ବୌଦ୍ଧ ଭିକ୍ଷୁ ଏଭଳି କାର୍ଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବୌଦ୍ଧ ଭିକ୍ଷୁମାନେ ଦାନ ସହିତ ପ୍ଲାଷ୍ଟିକ୍ବର୍ଜ୍ୟ ମଧ୍ୟ ମାଗୁଛନ୍ତି। ସଂଗ୍ରହୀତ ପ୍ଲାଷ୍ଟିକ୍ବର୍ଜ୍ୟରୁ ପରେ ପୋଷାକ ତିଆରି କରାଯାଉଛି। ଏବେ ବୌଦ୍ଧ ଭିକ୍ଷୁଙ୍କ ଏଭଳି ନିଆରା କାର୍ଯ୍ୟ ସୋସିଆଲ୍ମିଡ଼ିଆରେ ବେଶ୍ଭାଇରାଲ ହେବାରେ ଲାଗିଛି।

 

19/02/2020

Leave a Reply

Your email address will not be published. Required fields are marked *

Comments