Bikash Khabar
ନଥିବିହୀନ ହେବ ଡ୍ରାଇଭିଂ ଲାଇସେନ୍ସ ଆବେଦନ

ଲର୍ଣ୍ଣର୍ସ ଲାଇସେନ୍ସ ଗାଡ଼ି ଚାଳନା ଲାଇସେନ୍ସ ଆବେଦନ ଏବେ ଆହୁରି ସହଜ ହେବ। ଫେବ୍ରୁଆରି ତାରିଖରୁ ଏହି ସୁବିଧା ଉପଲବ୍ଧ ହେବ। ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ) ସ୍ପଷ୍ଟ କରିଛନ୍ତି। ଆବେଦନପତ୍ର, ଘୋଷଣାପତ୍ର, ସ୍ଲଟ୍ବୁକିଂ ସ୍ଲିପ୍, ଦେୟ ଜମା ରସିଦ୍, ପରିଚୟପତ୍ର, ଆବାସିକ ପ୍ରମାଣପତ୍ର, ବୟସ ପ୍ରମାଣପତ୍ର, ରକ୍ତଗ୍ରୁପ୍ ପ୍ରମାଣପତ୍ର, ସବୁର ଅବିକଳ ନକଲ କିମ୍ବା ମୂଳ ପ୍ରମାଣପତ୍ରର ଆଉ ଆବଶ୍ୟକତା ନାହିଁ। ସବୁ ଅନ୍ଲାଇନ୍ରେ ହେବ। ଗୋଟିଏ ପଟେ ଏହି କମ୍ସମୟରେ ହେବ ଏବଂ ଆବେଦନାକରୀ କାଗଜପତ୍ର ଧରି ଏଣେ ତେଣେ ଦଉଡ଼ିବାକୁ ପଡ଼ିବ ନାହିଁ ବୋଲି ଏସ୍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆବେଦନ ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ଘରେ ବସି ଅପ୍ଲୋଡ୍କରି ହେବ। ସମସ୍ତ କାଗଜପତ୍ର ଅପ୍ଲୋଡ୍ହୋଇଯିବା ପରେ ଆବେଦନ କଲେ ଆଉ ସମସ୍ୟା ରହିବ ନାହିଁ। ଆବେଦନକାରୀ ଅନ୍ଲାଇନ୍ଆବେଦନପତ୍ରରେ କେବଳ ରକ୍ତଗ୍ରୁପ୍ଲେଖିବ। ଏଥିପାଇଁ କୌଣସି ପ୍ରମାଣପତ୍ର ଅପ୍ଲୋଡ୍କରିବାକୁ ପଡ଼ିବ ନାହିଁ। ସେହିଭଳି ଆବେଦନକାରୀ ଘୋଷଣାପତ୍ର ଡାଉନଲୋଡ୍କରି ପୂରଣ କରିବା ପରେ ପୁଣି ଫଟୋ ଉଠାଇ ଅପ୍ଲୋଡ୍କରିଦେବ। ସ୍ଲଟ୍ମିଳିଥିବା ସମୟର ୪୫ ମିନିଟ୍ପୁର୍ବରୁ ଫଟୋ ଉଠାଇବା କାଗଜପତ୍ର ଯାଞ୍ଚ କରିବା ପାଇଁ ଆବେଦଦନକାରୀ ପହଞ୍ଚିବ। ୬୦ ମିନିଟ୍ପୂର୍ବରୁ ଆବେଦଦନକାରୀକୁ ଭିତରେ ପଶିବାକୁ ଦିଆଯିବ ନାହିଁ। କିନ୍ତୁ ଭେରିଫିକେସନ ସମୟରେ ଅର୍ଥାତ୍ଗୋଟିଏ ଥର ସମସ୍ତ ମୂଳ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ ପଡ଼ିବ। କାଗଜରେ ଆବେଦନପତ୍ର କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ମୋବାଇଲ୍ରେ ଅପ୍ଲୋଡ୍ହୋଇଥିବା ସମସ୍ତ କାଗଜପତ୍ର ଦେଖାଇଲେ ତାହା ଗ୍ରହଣୀୟ ହେବ। ଉଭୟ ଲର୍ଣ୍ଣର୍ସ ଲାଇସେନ୍ସ ଚାଳନା ଲାଇସେନ୍ସ ଆବେଦନ ପାଇଁ ପ୍ରକ୍ରିୟା ସମାନ ରହିବ।

29/01/2020

Leave a Reply

Your email address will not be published. Required fields are marked *

Comments