Bikash Khabar
ସୁପ୍ରିମ କୋର୍ଟ କମିଟି ଙ୍କ ନିର୍ଦେଶ,ମୋବାଇଲି ରେ କଥା ହୋଇ ଗାଡି ଚଳାଇଲେ ବାତିଲ ହେବ ଡ୍ରାଇଭିଙ୍ଗ ଲାଇସେନ୍ସ

  ଗାଡ଼ି ଚଳାଇବା ବେଳେ ମୋବାଇଲ୍ଫୋନ୍‌‌ ବ୍ୟବହାର କଲେ ଏଣିକି କେବଳ ଜରିମାନା ନୁହେଁ, ବରଂ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ। ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଛି। ଯାହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ଆଜି ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି। ମୋବାଇଲ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ମଦ୍ୟପ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ନିର୍ଦ୍ଦେଶ ରହିଥିଲା ତାସହ ଗିରଫ କରିବା ପାଇଁ ମଧ୍ୟ ଆଦେଶ ହୋଇଥିଲା। କିନ୍ତୁ ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ ବାତିଲ ହେଉ ନାହିଁ। ସୁପ୍ରିମକୋର୍ଟ କମିଟି ତ୍ରୈମାସିକ ସମୀକ୍ଷା କଲା ବେଳେ ଏହି ପ୍ରମାଣ ପାଇବା ସହ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି। ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ କିଭଳି ବାତିଲ ହେବ ସେଦିଗରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

02/01/2020

Leave a Reply

Your email address will not be published. Required fields are marked *

Comments