Bikash Khabar
ଭୁବନେଶ୍ୱର ରେ ଲାଗିବ ଡପଲାର ରାଡାର,ମିଳିବ ଜରୁରୀ ପାଣିପାଗ ସୂଚନା

ଗତବର୍ଷ ମେ ମାସ ରେ ଫୋନି ମହାବାତ୍ୟା ରାଜଧାନୀ ଭୁବନେଶ୍ୱର କୁ ଉଜାଡି ଦେଇଥିଲା ମହାନଗର ରେ ଏଭଳି କ୍ଷତି ଘଟିବ ବୋଲି କେହି କଳ୍ପନା ବି କରିନଥିଲେ। ଏଭଳି ଭାବେ ସହରାଞ୍ଚଳ ଜଳବାୟୁ ପରିବର୍ତ୍ତନ ଚିନ୍ତା ବଢାଇଲାଣି। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଦେଶର ସହରରେ ଡପ୍ଲାର ରାଡାର ଲଗାଇବାକୁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ନିଷ୍ପତ୍ତି ନେଇଛି। ସେଥିମଧ୍ୟରୁ ଓଡ଼ିଶାର ଭୁବନେଶ୍ୱରରେ ଏକ ଡପ୍ଲାର ରାଡାର ସ୍ଥାପନ କରାଯିବ। ସହରାଞ୍ଚଳ ପାଣିପାଗ ସତର୍କତା ଯୋଜନାରେ ଏହି ଡପ୍ଲାର ରାଡାର ସ୍ଥାପନ କରାଯିବ। ଏହି ରାଡାର ଜରିଆରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ ସହରାଞ୍ଚଳକୁ ଜଳବାୟୁ ସମ୍ପର୍କିତ ସତର୍କ ସୂଚନା ଆଗୁଆ ପ୍ରଦାନ କରାଯିବ। ଏହି ରାଡାର ବର୍ଷା, ବଜ୍ରପାତ, ଘୂର୍ଣ୍ଣିଝଡ, ଧୂଳିଝଡ, ବାୟୁମଣ୍ଡଳର ତାପ ଚାପ, ତାପମାତ୍ରା ଭଳି ବିିଭିନ୍ନ ସତର୍କ ସୂଚନା ପ୍ରଦାନ କରିବ। ଏହାଛଡ଼ା ସହରର କେଉଁ ଅଞ୍ଚଳରେ କେତେ ବର୍ଷା ତାତି ହେଉଛି ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିବ। ଏହି ସୂଚନା ଆଧାରରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବେ। ନେଇ ଜାତୀୟ ସ୍ତରର ଏକ କର୍ମଶାଳା ଚଳିତ ମାସ ଶେଷ ସପ୍ତାହ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହରେ ହେବ। ଭାରତୀୟ ପାଣିପାଗ ବିଭାଗ ଏହି ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରିବ। ଭୁବନେଶ୍ୱରର କେଉଁ ସ୍ଥାନରେ ଏହା ଲାଗିବ ତାହା ସର୍ଭେ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପରିବର୍ତ୍ତିତ ଜଳବାୟୁ କାରଣରୁ ବିଭିନ୍ନ ସମୟରେ ଘଟୁଥିବା ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବହୁ ମାତ୍ରାରେ ଧନଜୀବନ ନଷ୍ଟ ହେଉଛି। ଏସବୁର ପୂର୍ବ ସୂଚନା ମିଳିପାରୁ ଥିବାରୁ କ୍ଷୟକ୍ଷତିର ମାତ୍ରା ବହୁ ପରିମାଣରେ ବଢ଼ିଯାଉଛି। ଗତ ମୌସୁମୀ ବର୍ଷା ସମୟରେ ଦେଶର ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। କେଉଁଠି ଜଳାର୍ଣ୍ଣବ କେଉଁଠି ପାଣି ଟିକେ ପାଇଁ ହାହାକାର।ଆଗୁଆ ସୂଚନା ମିଳିଲେ ପ୍ରସ୍ତୁତି ଭଲ ଭାବେ ହୋଇପାରିବ ଧନଜୀବନ କୁ ସୁରକ୍ଷିତ ରଖାଯାଇପାରିବ

02/01/2020

Leave a Reply

Your email address will not be published. Required fields are marked *

Comments