Bikash Khabar
ଆନ୍ତର୍ଜାତୀୟ ଫ୍ୟାଶନ ମାଗାଜିନ୍‌ ର କଭର ପେଜ ରେ ଧାବିକା ଦୂତୀ ଚାନ୍ଦ

 କିଛିଦିନ ତଳେ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଧାବିକା ଦୂତୀ ଏବେ ପୁଣି ଥରେ ଚର୍ଚାକୁ ଆସିଛନ୍ତି ,ତେବେ ସେ ନିଜର କ୍ରୀଡା ପ୍ରତିଭା ପାଇଁ ନୁହଁ ବରଂ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍କସ୍ମୋପଲିଟାନ୍ କଭର୍ଷ୍ଟୋରିରେ ସ୍ଥାନ ପାଇବାକୁ ନେଇ ଏହି ଚର୍ଚା ହେଉଛି ବିଶ୍ୱରେ ସର୍ବାଧିକ ବିକ୍ରି ହେଉଥିବା ଏହି ଫ୍ୟାଶନ ଏଣ୍ଟରଟେନ୍ମେଣ୍ଟ ମାଗାଜିନ୍ ଭାରତ ସଂସ୍କରଣ ରେ ଦୂତୀ କଭର୍ପେଜ୍ ପୋଷ୍ଟର ଗାର୍ଲ ହେବାସହ ପତ୍ରିକାର ମୁଖ୍ୟପ୍ରସଙ୍ଗରେ ରହିଛନ୍ତି। ଚଳିତମାସର କସ୍ମୋପଲିଟାନ୍ସଂସ୍କରଣରେ ଦୂତୀଙ୍କ ସମ୍ପୂର୍ଣ୍ଣ ଜୀବନ କାହାଣୀ ସ୍ଥାନ ପାଇଛି।ଜଣେ କ୍ରୀଡାବିତ୍ଭାବେ ସେ ନିଜକୁ କିଭଳି ଗଢି ତୋଳିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜୀବନ କାହାଣୀକୁ ସେ ଏହି କଭର୍ଷ୍ଟୋରି ମାଧ୍ୟମରେ କହିଛନ୍ତି।ଦୂତୀଙ୍କ ନିଆରା ପ୍ରେମ କାହାଣୀକୁ ମଧ୍ୟ ଏଥିରେ ବର୍ଣ୍ଣନା କରାଯାଇଛି।ଭାରତର ଉଜ୍ଜ୍ୱଳ ତାରକା ପ୍ରଥମ ସମଲିଙ୍ଗୀ କ୍ରୀଡାବିତ୍ଭାବେ ତାଙ୍କୁ ବର୍ଣ୍ଣନା କରାଯାଇଛି। ଗତ କିଛିମାସ ହେଲା ଦୂତୀ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସେ ନିଜ ସମଲିଙ୍ଗୀ ସମ୍ପର୍କକୁ ସାଧାରଣରେ ଖୋଲାଖୋଲିଭାବେ ସ୍ବୀକାର କରିଛନ୍ତି। ଏହାଦ୍ୱାରା ଦୂତୀ କେବଳ ଟ୍ରାକ୍ମଧ୍ୟରେ ଜଣେ କ୍ରୀଡାବିତ୍ଭାବେ ନୁହେଁ, ବରଂ ଅନ୍ୟ ମହିଳା କ୍ରୀଡାବିତ୍ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଉଲ୍ଲେଖ କରାଯାଇଛି।

10/07/2019

Leave a Reply

Your email address will not be published. Required fields are marked *

Comments