Bikash Khabar
ପର୍ଯ୍ୟଟକ ଆକର୍ଷଣ ର ଉତ୍ସ ପାଲଟିଛି ଇକୋ ରିଟ୍ରିଟ

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ସାଜିଛି ସମ୍ବଲପୁର ହୀରାକୁଦର ଇକୋ ରିଟ୍ରିଟ୍ ହୀରାକୁଦ ତଥା ସମ୍ବଲପୁର ଜିଲ୍ଲାର ପ୍ରାକୃତିକ ଶୋଭାରାଜିକୁ ପର୍ଯ୍ୟଟକ କିଭଳି ଉପଭୋଗ କରିପାରିବେ ଆକର୍ଷିତ ହେବେ ପର୍ଯ୍ୟଟନ ବିଭାଗ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରିଛି ହୀରାକୁଦ ଜଳଭଣ୍ଡାରକୁ ଲାଗି ୨୫ଟି କଟେଜ ତିଆରି ହୋଇଛି ଯେଉଁଠାରେ ପର୍ଯ୍ୟଟକ ପ୍ରି ବୁକିଂ କରି ରାତ୍ରୀ ଯାପନ କରିପାରିବେ ଏହା ସହ ନୀଳ ଜଳରାଶୀରେ ବୋଟିଂ ଠାରୁ ଆରମ୍ଭ କରି ପାରା ମୋଟରିଂ ବା ଆକାଶଛତାରେ ଆକାଶ ମାର୍ଗରୁ ହୀରାକୁଦ ଦେଖିପାରିବେ ତେବେ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ରହିବା ସହ କଟେଜ ଅଂଚଳକୁ ସାଧାରଣ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ବୋଟିଂ ଅଂଚଳରେ ସାଧାରଣ ପର୍ଯ୍ୟଟକ ବୁଲିବା ସହ ଜଳକ୍ରିଡ଼ା କରିପାରିବେ ସେହିପରି ଭିତରକନିକା ରେ ଇକୋ ରିଟ୍ରଟର ବ୍ୟବସ୍ଥା କରାଯାଇଛି ପର୍ଯ୍ୟଟକ ମାନେ ପ୍ରକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ପର୍ଯ୍ୟଟନ ବିଭାଗ ଛୋଟ ଛୋଟ କଟେଜ ବ୍ୟବସ୍ଥା କରିଛନ୍ତି ସେହିପରି କୋଣାର୍କରେ ମଧ୍ୟ ଇକୋ ରିଟ୍ରିଟ୍ର ବ୍ୟବସ୍ଥା କରାଯାଇଛି ପର୍ଯ୍ୟଟକ ମାନେ ସମୁଦ୍ର   ନୀଳ ଜଳରାଶୀ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଭଳି ପ୍ରୟାସ କରାଯାଇଛି 

13/12/2020

Leave a Reply

Your email address will not be published. Required fields are marked *

Comments