Bikash Khabar
ସମ୍ବଲପୁର ରେ ହେବ ପ୍ରଥମ ଇକୋ ରିଟ୍ରିଟ,ସଜେଇ ହେଲାଣି ସହର

ଚଳିତ ଥର ପ୍ରଥମଥର ପାଇଁ ସମ୍ବଲପୁରରେ ଆୟୋଜିତ ହେବାକୁ ଯାଉଛି ଇକୋ ରିଟ୍ରିଟ ଏହି  ଫେଷ୍ଟିଭାଲ ଡିସେମ୍ବର ରେ ଆୟୋଜିତ ହେବ। କୋଣାର୍କ -ପୁରୀ ବେଳାଭୂମିରେ ସଫଳତାର ସହିତ ଆୟୋଜିତ ହେଉଥିବା ବେଳେ ଚଳିତ ଥର ଆଉ ଟି ନୁଆଁ ଜାଗାରେ ଏଭଳି ଉତ୍ସବର ଆୟୋଜନ ନିଷ୍ପତ୍ତି ନିଆଯାଇଛି ପ୍ରଥମ ଥର ପାଇଁ ହୀରାକୁଦ ରେ ଏଭଳି  ଆୟୋଜନ ହେଉଥିବାରୁ ସଜେଇ ହେଲାଣି ସମଗ୍ର ସମ୍ବଲପୁର ସହର। ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ଫେଷ୍ଟିଭାଲ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ଜୋରଦାର ପ୍ରସ୍ତୁତି ଅତିଥିଙ୍କ ପାଇଁ ଜଳକ୍ରୀଡା, ଅଭୟାରଣ୍ୟ ସଫାରୀ,ହୀରାକୁଦ ରୋପ ୱେ ରାଇଡ, ସାଇକେଲ ରାଇଡିଂ, ରାଇଫଲ ସୁଟିଂ ଭଳି ବୋଟିଂର ବ୍ୟବସ୍ଥା କରିଛି ପର୍ଯ୍ୟଟନ ବିଭାଗ ଏହାସହ ଅତିଥିଙ୍କ ପାଇଁ କଟେଜ, ସମ୍ମିଳନୀ କକ୍ଷ, ଅଭ୍ୟର୍ଥନା ଗୃହ, ରେସ୍ତୋରାଁର ମଧ୍ୟ ବ୍ୟବସ୍ଥା କରିଛି ପ୍ରଶାସନ।ଅନ୍ୟପଟେ ପର୍ଯ୍ୟଟକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏଥିପ୍ରତି ଖାସ୍ ଦୃଷ୍ଟି ଦିଆଯାଇଛି। ଇକୋ ରିଟ୍ରିଟ ହେଲେ କେବଳ ପର୍ଯ୍ୟଟକ ଆନନ୍ଦ ଉଠାଇବେ ତାହା ନୁହେଁ ପର୍ଯ୍ୟଟନ ସ୍ଥଳୀରେ ରୋଜଗାର କରି ପେଟ ପୋଷୁଥିବା ଲୋକ ମଧ୍ୟ ଉପକୃତ ହେବେ।ନୀଳ ଗଭୀର ଜଳରାଶି, ସବୁଜ ବନାନୀରେ ଭରପୂର ଜଙ୍ଗଲ ଆଉ ପ୍ରାକୃତିକ ପରିବେଶକୁ ଅତି ନିକଟରୁ ଉପଭୋଗ କରିପାରିବେ ପର୍ଯ୍ୟଟକ।

16/11/2020

Leave a Reply

Your email address will not be published. Required fields are marked *

Comments