Bikash Khabar
୯ରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍

ସରିଛି ପ୍ରସ୍ତୁତି। ନୂଆ ବୋହୂ ଭଳି ସଜେଇ ହୋଇଛି ପର୍ଯ୍ୟଟନସ୍ଥଳ। ଦିନକ ପରେ ଆରମ୍ଭ ହେବ ରାଜ୍ୟ ପର୍ଯ୍ୟଟନର ବହୁ ପ୍ରତୀକ୍ଷିତ ପର୍ବ ଇକୋ-ରିଟ୍ରିଟ୍। ଗତବର୍ଷ କୋଣାର୍କ ଇକୋ-ରିଟ୍ରିଟ୍ ସଫଳତାକୁ ଦୃଷ୍ଟିରେ ରଖି ଏଥର ରାଜ୍ୟ ପର୍ଯ୍ୟଟନ ବିଭାଗ ପରୀକ୍ଷାମୂଳକ ଭାବେ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ଆୟୋଜନ କରିଛି। କରୋନା ସହ ମାସର ଲଢ଼େଇ ପରେ ରାଜ୍ୟ ପର୍ଯ୍ୟଟନରେ ଏହା ଆଶା ଜନ୍ମାଇବ ବୋଲି କୁହାଯାଉଛି। ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ଆର୍ଯାଦବ କହିଛନ୍ତି, ଆଶା ମୁତାବକ ବୁକିଂ ହେଉଛି ଏବଂ ଅନଲାଇନ୍ରେ ଅଧିକାଂଶ ବୁକିଂ କରାଯାଇଛି। ପୂର୍ବବର୍ଷ କେବଳ ରାଜ୍ୟରୁ ୬୦ପ୍ରତିଶତ ପର୍ଯ୍ୟଟକ ବୁକିଂ କରିଥିବା ବେଳେ ଏଥର ମଧ୍ୟ ସେଇ ଉତ୍ସାହ ସଫଳତା ମିଳିବ ବୋଲି କୁହାଯାଉଛି। ତେବେ ତାରିଖରେ ଆରମ୍ଭ ହେବାକୁ ଥିଲେ ହେଁ ଆସନ୍ତାକାଲି ଭାରତ ବନ୍ଦ ପାଇଁ ତାରିଖରେ ଏହାକୁ ଉଦ୍ଘାଟନ କରାଯିବ ବୋଲି ଶ୍ରୀ ଯାଦବ କହିଛନ୍ତି।

08/12/2020

Leave a Reply

Your email address will not be published. Required fields are marked *

Comments