Bikash Khabar
ପରିବେଶ ପର୍ଯ୍ୟଟନ,୪ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି

ବର୍ଷିଆ ଯୋଜନା ମାଧ୍ୟମରେ ୧୮ଟି ଜିଲ୍ଲାରେ ୪୭ଟି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୪୬ ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ ଏବଂ ଏଥିରୁ କୋଟି ୮୫ ଲକ୍ଷ ଟଙ୍କା ରାଜସ୍ୱ ମିଳିଥିଲା। କେବଳ ଶିମିଳିପାଳ ସାତକୋଶିଆ ପରିବେଶ ପର୍ଯ୍ୟଟନ କ୍ଷେତ୍ରରୁ ସ୍ଥାନୀୟ ଅଧିବାସୀମାନେ ଗତ ଦୁଇ ବର୍ଷରେ କୋଟି ଟଙ୍କା ଉପାର୍ଜନ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ପରିବେଶ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟ୍ରେ ୧୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି ଜଙ୍ଗଲ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ବନ୍ୟପ୍ରାଣୀ ସପ୍ତାହ ଅବସରରେ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ପରିବେଶ ପର୍ଯ୍ୟଟନ ସ୍ଥଳୀରୁ ବର୍ଷକୁ ବର୍ଷ ରାଜସ୍ବ ଆୟ ବଢ଼ିବାରେ ଲାଗିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ୧୧ ହଜାର ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ରହିଥିବା ବେଳେ .୫୭ କୋଟି ଟଙ୍କା ଆୟ ହୋଇଥିଲା। ସେହିପରି ୨୦୧୭-୧୮ରେ ୧୭ ହଜାର ୧୪୮ ପର୍ଯ୍ୟଟକଙ୍କଠାରୁ .୪୦ କୋଟି, ୨୦୧୮-୧୯ରେ ୨୯ ହଜାର ପର୍ଯ୍ୟଟକଙ୍କଠାରୁ .୬୧ କୋଟି ୨୦୧୯-୨୦ ଆର୍ଥିକ ବର୍ଷରେ ସର୍ବାଧିକ ୪୬ ହଜାର ପର୍ଯ୍ୟଟକଙ୍କଠାରୁ .୮୫ କୋଟି ଟଙ୍କା ରାଜସ୍ବ ଆୟ ହୋଇଥିଲା। ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ଗୁଣରୁ ଅଧିକ ବୃଦ୍ଧି ପାଇଛି।

08/10/2020

Leave a Reply

Your email address will not be published. Required fields are marked *

Comments