Bikash Khabar
ବିନା କାଗଜରେ ଚାଲିଛି ଅର୍ଥନୈତିକ ଗଣନା କାର୍ଯ୍ୟ,ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରକାଶ ପାଇବ ରିପୋର୍ଟ

ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭହୋଇଛି ଏଥିରେ ଗୁପ୍ଚୁପ୍ ବିକାଳିଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ କଳ କାରଖାନା ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ସଂସ୍ଥାର ତଥ୍ୟ ସଂଗ୍ରହ କରାଯାଉଛି ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ କାଗଜବିହୀନ ଭାବେ ମୋବାଇଲ ଆପ୍ଜରିଆରେ କରାଯାଉଥିବା ଏହି ଗଣନାରେ ବାଣିଜ୍ୟିକ କାର୍ଯ୍ୟକଳାପ ସହ ସମ୍ପର୍କ ରଖିଥିବା ସମସ୍ତ ଲୋକ ସଂସ୍ଥାଗୁଡ଼ିକର ପାନ୍ ନମ୍ବର ଏବଂ ମୋବାଇଲ୍ନମ୍ବର ସଂଗ୍ରହ କରିବାକୁ ନିର୍ଦେଶ ଦିଆଯାଇଛି ଏହା ବ୍ୟତୀତ କାରଖାନା ସ୍ଥାପନ କରିବା ଏବଂ ମେସିନ୍ କିଣାକିଣିରେ ହୋଇଥିବା ଖର୍ଚ, ସଂସ୍ଥା ନିୟୋଜିତ ଥିବା କର୍ମଚାରୀ ସଂଖ୍ୟା ଏବଂ କଂପାନିଗୁଡ଼ିକର କାରବାର (ଟର୍ଣ୍ଣଓଭର) ତଥ୍ୟ ଏଥର ସଂଗ୍ରହ କରାଯିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟପକ୍ଷରୁ ସୂଚନା ମିଳିଛି ଆଚାର୍ଯ୍ୟ ବିହାର ସ୍ଥିତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେକୁହାଯାଇଛି ଯେ , ପୂର୍ବରୁ ଅର୍ଥନୈତିକ ଗଣନା ରାଜ୍ୟ ସରକାରଙ୍କ ସହଯୋଗରେ କରାଯାଉଥିଲା। ଶିକ୍ଷକମାନେ ଏହି କାର୍ଯ୍ୟ କରୁଥିଲେ। ସପ୍ତମ ଅର୍ଥନୈତିକ ଗଣନାରେ ଏହି ପ୍ରକ୍ରିୟାକୁ ବାଦ ଦିଆଯାଇଛି। ରାଜ୍ୟର କୌଣସି ମାନବ ସମ୍ବଳ ତଥ୍ୟ ସଂଗ୍ରହ କରିବାରେ ନିୟୋଜିତ ହେବେ ନାହିଁ। ତଥ୍ୟ ସଂଗ୍ରହ କରିବା କାମ ଜନ ସେବା କେନ୍ଦ୍ରଗୁଡ଼ିକୁ ପ୍ରଦାନ କରାଯାଇଛି। ଯେଉଁମାନେ ଏହି କାର୍ଯ୍ୟ କରିବେ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟର ତାଲିମ ଦିଆଯାଇଛି। ଏକ ମୋବାଇଲ୍ ଆପ୍ ବିକଶିତ କରାଯାଇଛି ଯାହା ଜରିଆରେ ତଥ୍ୟ ସଂଗ୍ରହ କରାଯିବ। ସୁପର୍ଭାଇଜର୍ ସେହି ତଥ୍ୟକୁ ଅନୁମୋଦନ ପ୍ରଦାନ କଲେ ତାହା ସିଧାସଳଖ ସର୍ଭର୍କୁ ଚାଲିଯିବ। ରିଅଲ୍ଟାଇମ୍ ଭିତ୍ତିରେ ସବୁ ତଥ୍ୟକୁ ହାସଲ କରିହେବ। ସପ୍ତମ ଅର୍ଥନୈତିକ ଗଣନାରେ ତଥ୍ୟ ସଂଗ୍ରହ କାର୍ଯ୍ୟ ରେକର୍ଡ - ମାସରେ ଶେଷ ହେବ। ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ରିପୋର୍ଟ ପ୍ରକାଶ ପାଇବ।

28/08/2019

Leave a Reply

Your email address will not be published. Required fields are marked *

Comments