Bikash Khabar
ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ଇଂରାଜୀ ଶିକ୍ଷା

 ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ଇଂରାଜୀ ଶିକ୍ଷା। ରାଜ୍ୟର ସ୍କୁଲ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ସ୍ପୋକନ୍ଇଂଲିଶ ଶିକ୍ଷା। ଏଥିପାଇଁ ଖୁବଶୀଘ୍ର ରାଜ୍ୟ ସରକାରଙ୍କର ପ୍ରଥମ ଶ୍ରେଣୀରୁ ସ୍ପୋକନ୍ଇଂଲିଶ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ପୁରୀ ଜିଲ୍ଲା ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।ସରକାରୀ ସ୍କୁଲରେପ୍ରଥମ ଶ୍ରେଣୀରୁ ପିଲା କହିବେ ଇଂରାଜୀ ସେମାନଙ୍କୁ ଶିକ୍ଷା ଦିଆଯିବ ସ୍ପୋକନ୍ ଇଂଲିଶ। ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଏପରି ଏକ ବୈପ୍ଲବିକ ପଦକ୍ଷେପ ନେବାକୁ ଯାଉଛନ୍ତି।ଏ ସଂପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପୁରୀ ଜିଲ୍ଲା ନିମାପଡ଼ାବ୍ଲକ୍ରେ ସ୍କୁଲ ପ୍ରଧାନଶିକ୍ଷକ, ସିଆର୍ସି, ବ୍ଲକ୍ଶିକ୍ଷା ଅଧିକାରୀ ମଣ୍ଡଳ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକରେ ମନ୍ତ୍ରୀ ସମୀର ଦାଶ ଏହା କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୦୦ଟି ସ୍କୁଲ ଅଫ୍ ଏକ୍ସଲେନ୍ସିରେ ସ୍ବତନ୍ତ୍ର ସେକ୍ସନ କରାଯାଇ ଇଂରାଜୀ ମାଧ୍ୟମରେ ପାଠପଢ଼ା ଆରମ୍ଭ ହେବ।ସେହିପରି ସ୍କୁଲରେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ଆଟେଣ୍ଡାନ୍ସ ଅନ୍ଲାଇନ୍ରେ ନିଆଯିବ। ତେବେ ପ୍ରଥମ ଶ୍ରେଣୀରୁ ସ୍ପୋକନ୍ଇଂଲିଶ୍ଶିକ୍ଷା ଦିଆଯିବାକୁ ଛାତ୍ର ଛାତ୍ରୀ ଅଭିଭାବକ ସ୍ବାଗତ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଏବେ ପ୍ରଥମରୁ ସ୍ପୋକନ୍ ଇଂଲିଶ ଶିକ୍ଷା ଦେବା ଏକ ବଡ଼ ପଦକ୍ଷେପ।

 

21/01/2020

Leave a Reply

Your email address will not be published. Required fields are marked *

Comments