Bikash Khabar
ପରିବେଶ ଉପଯୋଗୀ କାର୍ତ୍ତିକ ପୂର୍ଣ୍ଣିମା ଚିନ୍ତା,ସଚେତନତା ସୃଷ୍ଟି କରୁଛି ସଂଗଠନ

 ପ୍ରାଚୀନ ଉତ୍କଳର ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ମନେପକାଇ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ। ଏହି ଦିନ ସକାଳୁ ନଦୀ, ସମୁଦ୍ର, ପୁଷ୍କରିଣୀ ଆଦିରେ ଡଙ୍ଗା ଭସାଇ ଲୋକେ ଓଡ଼ିଶାର ପ୍ରାଚୁର୍ଯ୍ୟ ଐତିହ୍ୟକୁ ମନେପକାଇଥାନ୍ତି। ସାଧାରଣତଃ କଦଳୀ ବାସୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ ଥୋଇ ଏହି ଉତ୍ସବ ପାଳନ କରିବାର ନିୟମ ରହିଛି। ହେଲେ ଧୀରେ ଧୀରେ ସୋଲ, ଜରି କାଗଜ ପ୍ରସ୍ତୁତ ଡଙ୍ଗା କଦଳୀ ବାସୁଙ୍ଗା ଡଙ୍ଗାର ସ୍ଥାନ ନେବାକୁ ବସିଲାଣି, ଯାହାର କୁପ୍ରଭାବ ସିଧାସଳଖ ପରିବେଶ ଉପରେ ପଡ଼ୁଛି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସରିବା ପରେ କୁଢ଼ କୁଢ଼ ଆବର୍ଜନା ନଦୀ, ସମୁଦ୍ର ସହ ବିଭିନ୍ନ ଜଳଉତ୍ସରେ ଜମାହୋଇ ରହୁଛି। ପରିବେଶ ଉପଯୋଗୀ କଦଳୀ ବାସୁଙ୍ଗା ଡଙ୍ଗା ବଜାରରେ ଉପଲବ୍ଧ ହେଉ ଥିବାବେଳେ ଯଦି ମିଳୁଛି, ତାହାର ଦାମ୍ଅଧିକ ରହୁଛି। ତେଣୁ କମ୍ଦାମ୍ରେ ମିଳୁଥିବା ସୋଲ ଜରିରେ ପ୍ରସ୍ତୁତ ଡଙ୍ଗା ନେବାକୁ ଲୋକେ ପସନ୍ଦ କରୁଛନ୍ତି। ଚଳିତବର୍ଷ ରାଜ୍ୟରେ ପ୍ଲାଷ୍ଟିକ୍ ସୋଲ୍ବ୍ୟବହାର ଉପରେ କଟକଣା ଲାଗିଥିଲେ ମଧ୍ୟ ପ୍ରତିବର୍ଷ ଭଳି ଗଦା ଗଦା ସୋଲ ଜରି ନିର୍ମିତ ଡଙ୍ଗା ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ କିଛି ସାମାଜିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷ ଗ୍ରୀନ୍ହୋଲି ଗ୍ରୀନ୍ଦୀପାବଳି ଭଳି ଚଳିତବର୍ଷ ନିଆରା ଭାବେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବାକୁ ଯୋଜନା କରିଛନ୍ତି। ସୋଲ ଜରିରେ ପ୍ରସ୍ତୁତ ଡଙ୍ଗା ପରିବର୍ତ୍ତେ କଦଳୀ ବାସୁଙ୍ଗା ଡଙ୍ଗା ଭସାଇ ଏହି ପାରମ୍ପରିକ ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବେଶ ଉପଯୋଗୀ ଡଙ୍ଗା ଭସାଇ ଜଳଉତ୍ସକୁ ପ୍ରଦୂଷଣମୁକ୍ତ କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ଏହାଛଡ଼ା କେତେକ ସଂସ୍ଥା ଏବଂ ଛାତ୍ରୀଛାତ୍ର ପୂର୍ଣ୍ଣିମା ପରଦିନ ଜଳଉତ୍ସ ପରିସରକୁ ସଫା କରିବାକୁ ସ୍ଥିର କରିଛନ୍ତି। ଐତିହାସିକ ଦୟାନଦୀ କୂଳରେ କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ(କାପୋଚ୍‌) ପକ୍ଷରୁୁ ଚଳିତବର୍ଷ ୮ମ ଦୟାନଦୀ ବୋଇତ ବନ୍ଦାଣ ଉସତ୍ବପାଳନ ହେବାକୁ ଥିବାବେଳେ ସୋଲ ପ୍ଲାଷ୍ଟିକ ଡଙ୍ଗା ବଦଳରେ ପାରମ୍ପରିକ କଦଳୀ ବାସୁଙ୍ଗା ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ। ଏଥିପାଇଁ ମାଗଣାରେ କଦଳୀ ବାସୁଙ୍ଗା ଡଙ୍ଗା ଯୋଗାଇ ଦିଆଯିବାକୁ ମଧ୍ୟ ସ୍ଥିର ହୋଇଛି। ସେହିଭଳି ପ୍ଲାଷ୍ଟିକ ବ୍ୟବହାର କରିବା ନଦୀ କୂଳରେ ବାଣ ଫୁଟାଇବା ନିମନ୍ତେ ଶ୍ରଦ୍ଧାଳୁଙ୍କୁ କାପୋଚ୍ଅନୁରୋଧ କରିବ। ଏହାବ୍ୟତୀତ ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ସୁସଜ୍ଜିତ କାଠ ନିର୍ମିତ ଡଙ୍ଗାରେ ବୋଇତ ବନ୍ଦାଣ ଉସତ୍ବ ଅନୁଷ୍ଠିତ ହେବା ସହ ପୂର୍ଣ୍ଣିମା ପରଦିନ ଅନୁଷ୍ଠାନ ତରଫରୁ ଘାଟ ସଫେଇ କରାଯିବ।

11/11/2019

Leave a Reply

Your email address will not be published. Required fields are marked *

Comments