Bikash Khabar
ପରିବେଶବିତ ପାଳିଲେ ନିଆରା ଭାଲେଣ୍ଟାଇନ ଦିବସ,ସିଡ଼ବଲ ରେ ବୃକ୍ଷ କରି ଦେଲେ ସଚେତନତାର ବାର୍ତ୍ତା

 ବିଶ୍ୱ ବ୍ୟାପୀ ଭାଲେଣ୍ଟାଇନ୍ଡେକୁ ପ୍ରେମ ଦିବସ ଭାବେ ପାଳନ କରା ଯାଉଥିବା ବେଳେ ପରିବେଶବିତ୍ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ହୃଦୟ ଭିତରେ ବିହନ ପିଣ୍ଡୁଳାରେ ବୃକ୍ଷ ତିଆରି କରି ଆସ ଆମେ ପ୍ରକୃତିକୁ ପ୍ରେମ କରିବା ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଛନ୍ତି। ସ୍ମାର୍ଟ ସିଟି ଭୁବନେଶ୍ୱରର ପାର୍କଠାରୁ ମଲ୍ଯାଏ ସବୁଠି ପ୍ରେମ ସମ୍ଭାଷଣ ପାଇଁ ଫୁଲ, ଗ୍ରୀଟିଙ୍ଗସ୍ଆଉ ଉପହାର ଦିଆନିଆ ଭିତରେ ଏହି ଭାଲେଣ୍ଟାଇନ୍ଡେପାଳନ କରାଯାଇଛି। ହେଲେ ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନୀ ଫେଜ୍‌- ଠାରେ ରହୁଥିବା ଯୁବ ସାମାଜିକ କର୍ମୀ ସୁଶାନ୍ତ ହୃଦୟ ଭିତରେ ବୃକ୍ଷକୁ ବିହନ ପିଣ୍ଡୁଳାରେ ସ୍ଥାନିତ କରି ବିଶ୍ୱ ପ୍ରେମ ଦିବସରେ ଆସ ଆମେ ପ୍ରକୃତିକୁ ଭଲ ପାଇବାର ବାର୍ତ୍ତା ସହ ବିହନ ପିଣ୍ଡୁଳା ଉପହାର ଦେଇଛନ୍ତି। ବିହନ ପିଣ୍ଡୁଳା ବା ସିଡ୍ବଲ୍କୁ ନିକ୍ଷେପଣ କରାଯାଇ ପତିତ ଜମିରେ କିଭଳି ବନୀକରଣ ସମ୍ଭବ ସହଜ ହୋଇପାରିଛି ତାହା ସୁଶାନ୍ତ ସହଯୋଗୀମାନେ ଏହି ଦିବସରେ ଜନ ସଚେତନତା କରାଇଛନ୍ତି। ପ୍ରେମ ଦିବସରେ ପ୍ରେମୀ ଯୁଗଳମାନେ ସିଡ୍ବଲ୍ଜରିଆରେ ପ୍ରକୃତିକୁ ଭଲ ପାଇବାର ଭାବନା ପ୍ରଦର୍ଶିତ କରନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି। ସିଡ୍ବଲ୍ସଜାଇବାରେ ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତ ସହଯୋଗ କରିଥିଲେ।

15/02/2020

Leave a Reply

Your email address will not be published. Required fields are marked *

Comments