Bikash Khabar
ରାଜ୍ୟରେ ବଢୁଛି ଫାଇଲେରିଆ,ଯୋଡିହେଲା ଆଉ ୭ ଜିଲା

ରାଜ୍ୟରେ ଫାଇଲେରିଆ ସ୍ଥିତି ବିଗିଡ଼ି ଗଲାଣି। ଫାଇଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଏକାଧିକ ଜିଲ୍ଲା ଫାଇଲେରିଆ ତାଲିକାରେ ଯୋଡ଼ି ହୋଇ ଗଲାଣି। ଏପରିକି ଫାଇଲେରିଆ ଜିଲ୍ଲାୱାରୀ ଯେଉଁ ତାଲିକା ପ୍ରକାଶ ପାଉଛି ତାହା ମଧ୍ୟ ସନ୍ଦେହ ଘେରରେ। ଏଭଳି ପରିସ୍ଥିତିରେ ଏହି ରୋଗର ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ୨୦୦୪ ମସିହାରେ ରାଜ୍ୟରେ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏମ୍ଡିଏ) କାର୍ଯ୍ୟକାରୀ କରାଯାଇଥିଲା। ଆରମ୍ଭରେ ରାଜ୍ୟର ୨୦ଟି ଜିଲ୍ଲାକୁ ସର୍ବାଧିକ ଫାଇଲେରିଆ ପ୍ରବଣ ଜିଲ୍ଲା ଭାବେ ଗ୍ରହଣ କରାଯିବା ସହିତ ସେଠାରେ ଏମ୍ଡିଏ ଲାଗୁ କରାଯାଇଥିଲା। ଧୀରେ ଧୀରେ କିଛି ଜିଲ୍ଲାରେ ଫାଇଲେରିଆ ସଂକ୍ରମଣ ହ୍ରାସ ପାଇଥିଲା। ରାଜ୍ୟର ଏବେ ୧୦ଟି ଜିଲ୍ଲା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଗଞ୍ଜାମ, ଖୋର୍ଧା, ନୂଆପଡ଼ା, ଢେଙ୍କାନାଳ ଝାରସୁଗୁଡ଼ାରେ ନିୟମିତ ଏମ୍ଡିଏ ଚାଲିଛି। ସଂକ୍ରମଣ ମୂଲ୍ୟାୟନ ସର୍ବେକ୍ଷଣ (ଟିଏଏସ୍‌)ରେ ଯେଉଁ ଜିଲ୍ଲାରେ ଅତିରିକ୍ତ ମାଇକ୍ରୋଫାଇଲେରିଆ (ଏମ୍ଏଫ୍‌) ହାର ୧ରୁ କମ୍ ରହିଲେ ସଂପୃକ୍ତ ଜିଲ୍ଲାକୁ ଏମ୍ଡିଏରୁ ବାଦ୍ ଦିଆଯାଇଥାଏ। ମାତ୍ର ରାଜ୍ୟରେ ପୁଣିଥରେ ୭ଟି ଜିଲ୍ଲା କନ୍ଧମାଳ, କେନ୍ଦୁଝର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼କୁ ଏମ୍ଡିଏ ତାଲିକାରେ ସାମିଲ କରାଯାଇଛି। ତେଣୁ ଆସନ୍ତାବର୍ଷ ଫେବ୍ରୁଆରି ୧୦ ତାରିଖରେ ଏହି ୧୭ଟି ଜିଲ୍ଲାରେ ଏମ୍ଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

11/12/2020

Leave a Reply

Your email address will not be published. Required fields are marked *

Comments