Bikash Khabar
ଓଡିଶା ପାଇଁ ବାତ୍ୟାବିପଦ ,୧୧ ଜିଲ୍ଲାରୁ ଉଠିଲା ନିର୍ବାଚନ ଆଚରଣବିଧି

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ 'ଫଣି' ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି ଏହାକୁ ଦୃଷ୍ଟିରେ ରଖି ତାରିଖରୁ ସମସ୍ତ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଛୁଟି ଜାରି ରହିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି ସମ୍ଵବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ,କେନ୍ଦ୍ରାପଡା,ବାଲେଶ୍ୱର,ଜଗତସିଂପୁର,ଯାଜପୁର,କଟକ ଭଦ୍ରଖ, ଗଂଜାମ ଆଦି ୧୧ ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି କୁ ଉଠାଇ ଦିଆଯାଇଛି। ଫଳରେ ବାତ୍ୟା ପଭାବିତ ଅଞ୍ଚଳରେ ରିଲିଫ ଉଧାର କାର୍ୟ୍ୟ ସୁଚାରୁ ରୂପେ ସମ୍ପାଦନା କରାଯାଇପାରିବ   ବାତ୍ୟାର ଭୟାବହତାକୁ ନଜରରେ ରଖି ମେ  ତାରିଖ ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ୟ୍ୟଟକଙ୍କୁ କୁହାଯାଇଛି ସେହିପରି  ତାରିଖରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି

ମେ ୧ସନ୍ଧ୍ୟାରୁ ଓଡ଼ିଶାର ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା ପୁରୀ ଜିଲାରେ 'ଫଣି' ପ୍ରଭାବ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 'ଫଣି' ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ, ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦କିମି ପୂର୍ବ ଉତ୍ତର ପୂର୍ବ, ଚେନ୍ନଇଠାରୁ ୮୪୦କିମି ପୂର୍ବ-ଦକ୍ଷିଣ ପୂର୍ବ ଏବଂ ଆନ୍ଧ୍ରପ୍ରଦେଶର ମଛଲିପଟନମଠାରୁ ୯୯୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏବେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ତାରିଖ ଦିନ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ 'ଫଣି' ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି। ସ୍ଥଳ ଭାଗ ଛୁଇଁବା ସମୟରେ ଏହାର ଘଣ୍ଟା ପ୍ରତି ବେଗ ପ୍ରାୟ ୧୮୦ରୁ ୧୯୦ କିଲୋମିଟର ଭିତରେ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି ସେହିପରି ତାରିଖ ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ୟ୍ୟଟକଙ୍କୁ କୁହାଯାଇଛି।ଝଡ଼ତୋଫାନ ବର୍ଷାକୁ ଦୃଷ୍ଟିରେ ରଖି ତାରିଖରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି

  ତାରିଖ ଦିନ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ 'ଫଣି' ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି। ସ୍ଥଳ ଭାଗ ଛୁଇଁବା ସମୟରେ ଏହାର ଘଣ୍ଟା ପ୍ରତି ବେଗ ପ୍ରାୟ ୧୮୦ରୁ ୧୯୦ କିଲୋମିଟର ଭିତରେ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି ଭୁବନେଶ୍ୱର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଏବଂ ଘଂଟାପ୍ରତି ୧୦୦ କିମି ବେଗରେ ପବନ ପ୍ରବାହିତ ହେବ

01/05/2019

Leave a Reply

Your email address will not be published. Required fields are marked *

Comments