Bikash Khabar
ଥିଲେ ଯବାନ,ହେଲେ କିଷାନ -୨୦ ପରିବାର କୁ ଦେଉଛନ୍ତି ଜୀବିକା

ଦେଶର ସୁରକ୍ଷା ପାଇଁ ସେ ଯବାନ ଭାବେ ଆରମ୍ଭ କରିଥିଲେ ନିଜ ଚାକିରୀ ଜୀବନ। ଅବସର ପରେ ସେ କୃଷକ ଭାବେ ଆରମ୍ଭ କରିଛନ୍ତି ନିଜର ଦ୍ୱିତୀୟ ଇନିଂସ ଯେ ଯବାନ ଯେ କିଷାନ ଦ୍ୱେତ ଗୌରବ ହାସଲ କରିଥିବା ଏହି ନିଆରା ନାୟକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡାର ବିଜୟକୁମାର ପାଠକ। ଉତ୍ତର ପ୍ରଦେଶର ମୂଳବାସିନ୍ଦା ବିଜୟଙ୍କ ପିଲାଟି ଦିନରୁ ଗୋପାଳନ ଚାଷ କାର୍ଯ୍ୟ ପ୍ରତି ଥିଲା ଅହେତୁକ ଆଗ୍ରହ। ତେଣୁ ସେନାରେ ଚାକିରି କରିବା ସମୟରୁ ଜାଗା କିଣି ଗୋପାଳନ କରିବା ଆରମ୍ଭ କରିଥିଲେ। ଚାକିରିରୁ ଅବସର ନେବା ପରେ ଏବେ ପୁରା ସମୟ ଗୋପାଳନ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେ ନିଜ ପରିବାର ପ୍ରତିପୋଷଣ ସହ ଅନ୍ୟ  ୨୦ଟି ପରିବାରକୁ ବର୍ଷତମାମ କାମଯୋଗାଇ ଦେଇ ସ୍ତାନାନ୍ତରି  ରୋକିବାରେ ସକ୍ଷମ ହୋଇ ପାରିଛନ୍ତି ବିଜୟଙ୍କ ରହିଛି ଛୋଟ ଏକ ପରିବାର ପତ୍ନୀ, ପୁଅ ବୋହୂ ନାତିକୁ ନେଇ ତାଙ୍କର ପାଂଚଜଣିଆ ପରିବାର   ୨୦୦୫ ମସିହାରେ ସେ ସୁନାବେଡା ଏଚଏଲ ନିକଟସ୍ଥ ମିଲିଟାରୀ ଗୋଳାବାରୁଦ କାରଖାନାରେ ଚାକିରିକରୁଥିବାବେଳେ ସେଠାରେ ଚାକରି କରୁଥିବା ନବରଙ୍ଗପୁର ଅଞ୍ଚଳର ଜଣେ କର୍ମଚାରୀଙ୍କ ସହଯୋଗରେ ସୁରୁଗୁଡାରେ ୪୦ଏକର ଜମି କିଣିଥିଲେ। ପରେ  ସେ ତାଙ୍କର ପରିବାରକୁ ଏଠାକୁ ଆଣିଥିଲେ। ମାତ୍ର ୧୦ଟି ଗାଈକୁ ନେଇ ସେ ଆରମ୍ଭ କରିଥିଲେ ଗୋପାଳନ କେନ୍ଦ୍ର ପ୍ରଥମେ ତାଙ୍କର ପତ୍ନୀ ଗୋପାଳନ କୁ ନାପସନ୍ଦ କରିଥିଲେ ହେଁ ପରବର୍ତ୍ତୀ ସମୟରେ ସେ ଧୀରେ ଧୀରେ ଗୋପାଳନ କୁ ଗ୍ରହଣ କରିନେଇ ଥିଲେ

ପ୍ରଥମରୁ ଥିବା ତାଙ୍କର  ୧୦ଟି ଗାଈ ବଂଶ ବୃଦ୍ଧିକରି ଏବେ  ୧୦୦ଟି ଗାଈରେ ପହଞ୍ଚିଥିବା ବିଜୟ କହିଛନ୍ତି ଏହି ଗାଈ ମାନଙ୍କର ଖାଦ୍ୟ, ସେବା ଶୁଶ୍ରୁଷା କରିବା ପାଇଁ ୨୦ଜଣ ଶ୍ରମିକ ନିୟୋଜିତ ଅଛନ୍ତି।ଏହି ଗୋଶାଳାରୁ ଉତ୍ପାଦିତ ଶୁଦ୍ଧ କ୍ଷୀର, ପନିର, ଦହି ଇତ୍ୟାଦି ସୁଲଭ ମୂଲ୍ୟରେ ନବରଙ୍ଗପୁର ସହରକୁ ଆଣି ତାଙ୍କର ନିଜ ଦୋକାନରେ ବିକ୍ରି ଯାଉଥିବାରୁ ଗ୍ରାହକ ଙ୍କର ଭିଡ ଜମୁଥିବା ଦେଖିବାକୁ ମିଳଛି। ସେ କେବଳ ଗୋପାଳନ ହିଁ ସୀମିତ ନଥିବାବେଳେ ଦୁଇଟି ପୋଖରୀ ଖୋଳି ମାଛଚାଷ, ପଡିଆ ଢିପ ଜମିରେ ପରିବେଶ ସନ୍ତୁଳନ କରିବା ସହିତ ଆମ୍ବ, କଦଳୀ, ମକା, ଧାନ,ଘାସ ଚାଷ, କରି ଲୋକଙ୍କୁ ବର୍ଷତମାମ କାମ ଯୋଗାଇ ଦେଇ ଆସୁଛନ୍ତି।୧୦୧୫ ମସିହାରେ ଅବସର ନେଇ ପୁରା ସମୟ ଗୋପାଳନ ଚାଷ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ବିଜୟ। ସୁଦୂର ଉତ୍ତର ପ୍ରଵେଶ ରୁ ଆସି ନବରଙ୍ଗପୁର ଜିଲାରେ ବସତି ସ୍ଥାପନ କରି ଚାଷୀ ମାନଙ୍କ ନିକଟରେ ଉଦାହରଣ ପାଲଟିଛନ୍ତି ବିଜୟ

19/08/2019

Leave a Reply

Your email address will not be published. Required fields are marked *

Comments