Bikash Khabar
ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦାନ୍ୟତା,ମଧ୍ୟାହ୍ନ ଭୋଜନ ପାଇଁ ପ୍ରତି ମାସରେ ଦାନ କରନ୍ତି ଗୋଟିଏ ଦିନର ଦରମା

 ଛୋଟ ବଡ଼ ବିବାଦ ଘେରରେ ଛନ୍ଦି ହୋଇ ପଡ଼ୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ବ୍ଲକ ଶିକ୍ଷା ଅଧିକାରୀ ଶିକ୍ଷା ଅଧିକାରୀ ମନି ରାମ ଯାଦବ ଙ୍କୁ ନେଇ ଏବେ ଅଞ୍ଚଳରେ ଚାରିଆଡେ ଚର୍ଚା।  ଛତିଶଗଡ଼ ଯଶପୁର ଶିକ୍ଷା ଉପଖଣ୍ଡର ଏହି  ବିଇଓ ପ୍ରତ୍ୟେକ ମାସରେ ଗୋଟିଏ ଦିନର  ଦରମା ଉପଖଣ୍ଡରେ ଥିବା ବିଭିନ୍ନ ସ୍କୁଲକୁ ଦାନ କରିଥାନ୍ତି ଫଳରେ ସେହି ଅର୍ଥ ପିଲାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ଲାଗିଥାଏ ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ସ୍କୁଲ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଏହି ଯୋଜନା ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହେବ ତେବେ ଏହାକୁ ଅପେକ୍ଷା କରି ରାଜ୍ୟର ଜଣେ ବ୍ଲକ ଶିକ୍ଷାଧିକାରୀ ନିଜ ପାରିଶ୍ରମିକରୁ ଖର୍ଚ୍ଚ କରି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି ତେବେ ଏହି କାର୍ଯ୍ୟ କରୁଥିବା ଶିକ୍ଷାଧିକାରୀ ଜଣକ ହେଉଛନ୍ତି ବଗିଚା ଜନପଦ ଶିକ୍ଷାଖଣ୍ଡର ମନିରାମ ଯାଦବ ସେ ପ୍ରତ୍ୟେକ ମାସର ଉପଖଣ୍ଡ ଅନ୍ତର୍ଗତ ସ୍କୁଲକୁ ନିଜର ଗୋଟିଏ ଦିନର ଦରମା ଦାନ କରିଥାନ୍ତି ଏହା ସହ ସେ ଖାଦ୍ୟର ମାନ ଯାଞ୍ଚ କରିଥାନ୍ତି ପିଲାମାନଙ୍କ ସହିତ ମିଶି ଖାଦ୍ୟ ମଧ୍ୟ ଖାଇଥାନ୍ତି ଏପର୍ଯ୍ୟନ୍ତ ସେ ପ୍ରାୟ ଶତାଧିକ ସ୍କୁଲ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଖୁଆଇ ସାରିଲେଣି ତେବେ ମଧ୍ୟାହ୍ନ ଭୋଜନରେ ପିଲାଙ୍କ ପାଇଁ ମଟର-ପନିର, ଦୁଇ ପ୍ରକାର ତରକାରୀ, ପୁରି, ଭାତ, ଡ଼ାଲି, ଖିରୀ, ପାମ୍ପଡ଼ ଏବଂ ସାଲାଡ ହେଉଥିବା ଜଣାପଡ଼ିଛି ତେବେ ଏହି ଶିକ୍ଷାଧିକାରୀଙ୍କୁ ଅତି ନିକଟରେ ପାଇ ପିଲାମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି ପାଠ ପଢ଼ାରେ ଆସୁଥିବା ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ କରିଛନ୍ତି

 

22/08/2019

Leave a Reply

Your email address will not be published. Required fields are marked *

Comments