Bikash Khabar
ଏଣିକି ଯେ କୌଣସି ଷ୍ଟେସନ ରେ ଦେଇହେବ ଏତଲା

ସାଧାରଣତଃ ଦେଖାଯାଏ ଯେ ଚୋରି କିମ୍ବା ଅନ୍ୟାନ୍ୟ ଆପରାଧିକ ଘଟଣାର ରିପୋର୍ଟ ପଞ୍ଜୀକରଣ କରିବାକୁ ଯାତ୍ରୀଙ୍କୁ ଯାତ୍ରା ସମୟରେ କୌଣସି ଷ୍ଟେସନ୍ରେ ଓହ୍ଲାଇବାକୁ ପଡ଼େ। ଏମିତିକି ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ଅଭିଯୋଗ ଦାଖଲ କରନ୍ତି, ଯେଉଁଠାରେ ଏକ ମାମଲା ଶୂନ ନମ୍ବରରେ ଅଥବା ଜିରୋ ହେଡ୍ପଞ୍ଜୀକୃତ ହୋଇଥାଏ। ପରବର୍ତ୍ତୀ ଅନୁସନ୍ଧାନ ପାଇଁ ସ୍ଥିରୀକୃତ ଜିଆରପି ଥାନାକୁ ମାମଲା ସ୍ଥାନାନ୍ତର କରାଯାଏ। ସମ୍ପୃକ୍ତ ପ୍ରାଧିକରଣ ଜିଆରପିରେ ପହଞ୍ଚିବାକୁ ମାସାଧିକ ସମୟ ଲାଗେ। ଏବେ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି ଯାତ୍ରୀ ମାନେ ଷ୍ଟେସନ ରେ ଅଟକି ଯାତ୍ରା କରୁଥିବା ଟ୍ରେନ ରେ ଏତଲା ଦେଇପାରିବେ।ଅଭିଯୋଗ ଅନୁଯାୟୀ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଏବଂ ଯାତ୍ରା ସମୟରେ ହଇରାଣ ହେବାକୁ ନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ଅଭିଯୋଗ ସମ୍ବନ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶୂନ୍ୟ(ଜିରୋ) ଏଫ୍ଆଇଆରଦାଖଲ କରିପାରିବେ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଅସୁରକ୍ଷିତ ତଥା ଚିହ୍ନିତ ରାସ୍ତାଗୁଡ଼ିକରେ ଚଳାଚଳ କରୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନଗୁଡ଼ିକରେ ରେଳ ସୁରକ୍ଷା ବଳ(ଆରପିଏଫ୍) ସରକାରୀ ରେଳ ପୁଲିସ(ଜିଆରପି) ମୁତୟନ କରିବାକୁ ପଦକ୍ଷେପ ନିଆଯାଇଛି।  

11/11/2020

Leave a Reply

Your email address will not be published. Required fields are marked *

Comments