Bikash Khabar
ଦେବଦୁତ ସାଜିଲେ ଅଗ୍ନିଶମ ଓ ପୋଲିସ କର୍ମଚାରୀ

ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ବିଛିନ୍ନ ହୋଇଛି। ଖଇରପୁଟ ଅନ୍ତର୍ଗତ ମାଝୀଗୁଡା କେନ୍ଦୁଗୁଡା ଗାଁ  ବାହ୍ୟ ଅଞ୍ଚଳରୁ ବିଛିନ୍ନ ହୋଇଛି। ବୁଧବାର ମାଝୀଗୁଡା କେନ୍ଦୁଗୁଡା ଗାଁର  ଅସୁସ୍ଥ ହୋଇ ପଡିଥିବା ଦୁଇ ଜଣ ଗର୍ଭବତୀ ମହିଳା, ଦୁଇ ଜଣ ଛୋଟ ପିଲା ଜଣେ ବୟସ୍କ ଲୋକଙ୍କୁ ବନ୍ୟାଞ୍ଚଳରୁ ଉଦ୍ଧାର କରିଅଗ୍ନିଶମ ପୋଲିସ ବିଭାଗର କର୍ମଚାରୀ ମାନେ  ଖଇରପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଛନ୍ତି। ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ବେଳେ ରାସ୍ତାର ଏକ ବଡ ଅଂଶ ବନ୍ୟା ଜଳରେ ଭାସିଯାଇଥିଲା ଏବଂ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ତେବେ ତୁରନ୍ତ ଚିତ୍ରକୋଣ୍ଡା ଏସଡିପିଓ, ଖଇରପୁଟ ବିଡ଼ିଓ, ମୁଦୁଲିପଡ଼ା ଥାନା ଅଧିକାରୀ ଏବଂ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ନିଜ ଜୀବନକୁ ବିପନ୍ନ କରି ଅଗ୍ନିଶମ କର୍ମଚାରୀ ପୁଲିସ କର୍ମଚାରୀ ସେମାନଙ୍କୁ ବନ୍ୟା ଅଂଚଳ ପାର କରାଇଥିଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।ସମ୍ପୃକ୍ତ କର୍ମଚାରୀଙ୍କ ସାହାଯ୍ୟ ଫଳରେ ସୁରକ୍ଷିତ ରହି ସେମାନେ ଡାକ୍ତରଖାନାରେ ପହଂଚି ପାରିଥିବା କହିଛନ୍ତି ବିଗତ କିଛିଦିନ ଧରି ମାଲକାନଗିରିରେ ଲାଗାଁ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି ସଡ଼କ ଉପରେ ବନ୍ୟାଜଳ ପ୍ରଭାହିତ ହେଉଥିବାରୁ ସ୍ୱାଭାବିକ ଜୀବନ ଯାତ୍ରା ଠପ ହୋଇଯାଇଛି

07/08/2019

Leave a Reply

Your email address will not be published. Required fields are marked *

Comments