Bikash Khabar
ଅନଲାଇନ ରେ ମିଳିବ ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର

ଉଚ୍ଚଅଟାଳିକା କୋଠା ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର ପାଇଁ ଆଉ ଅଫିସ୍ଯିବାକୁ ପଡ଼ିବନି। ଏଣିକି ଅନ୍ଲାଇନ୍ରେ ଆବେଦନ କଲେ ଏହି ସାର୍ଟିଫିକେଟ  ମିଳିପାରିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଅଗ୍ନିଶମ ସେବା ଅନ୍ଲାଇନ୍ପୋର୍ଟାଲ୍ ଲୋକାର୍ପଣ କରିଛନ୍ତି। ଏଥିସହିତ ଅଗ୍ନିଶମ ବିଭାଗରେ ୮ଟି ସାଧାରଣ ସେବା ଅନ୍ଲାଇନ୍ଯୋଗେ ଉପଲବ୍ଧ ହୋଇଛି। ଆସନ୍ତା ଅକ୍ଟୋବର ତାରିଖ ସୁଦ୍ଧା ଗୃହ ବିଭାଗ ଅଧୀନରେ ଥିବା ଅଗ୍ନିଶମ ବିଭାଗର ସମସ୍ତ ସେବାକୁ ଅନ୍ଲାଇନ୍ପ୍ଲାଟ୍ଫର୍ମରେ ଲୋକଙ୍କୁ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସେବାର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅନ୍ଲାଇନ୍ସେବା ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ପ୍ରଶାସନିକ ସ୍ବଚ୍ଛତା ସମୟୋଚିତ ସେବା ଯୋଗାଇବାରେ ଅଧିକ ସଫଳତା ଆଣିବ। ସରକାରଙ୍କ ଟିସଂସ୍କାର କାର୍ଯ୍ୟକ୍ରମର ଏହା ହେଉଛି ଅଂଶବିଶେଷ। ଏହି ଅନ୍ଲାଇନ୍ସେବା ଦ୍ବାରା ମଲ୍ଟିପ୍ଲେକ୍ସ୍, ସପିଂ ମଲ୍, କ୍ଲିନିକ୍ବିଲ୍ଡିଂଗୁଡ଼ିକର ଅଗ୍ନିଶମ ସୁରକ୍ଷା ପ୍ରମାଣ ପତ୍ର ଦେବାରେ ତ୍ବରିତ୍ନିଷ୍ପତ୍ତି ନିଆଯାଇପାରିବ। ଏହି ଅବସରରେ ଅମ୍ଫାନ୍ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ରାଜ୍ୟ ଅଗ୍ନିଶମ ବାହିନୀ ପକ୍ଷରୁ କରାଯାଇଥିବା ଉଦ୍ଧାର ରିଲିଫ୍କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଭୂୟଶୀ ପ୍ରଶଂସା କରିଥିଲେ।

01/08/2020

Leave a Reply

Your email address will not be published. Required fields are marked *

Comments