Bikash Khabar
ହୀରାକୁଦ ଜଳଭଣ୍ଡାର ରେ ନୁଆଁ ପ୍ରୟାସ ,ଆରମ୍ଭ ହେଲା ଜନ୍ତାରେ ମାଛ ଚାଷ

 ହୀରାକୁଦ ଜଳ ଭଣ୍ଡାରରେପ୍ରଥମ ଥର ପାଇଁ  କେଜ ଫିସିଂ ବା ଜନ୍ତା ପଦ୍ଧତିରେ ମତ୍ସ୍ୟ ଚାଷ ଆରମ୍ଭ ହୋଇଛି। ମତ୍ସ୍ୟ ଉତ୍ପାଦନ ବୃଦ୍ଦି ମତ୍ସ୍ୟଜିବୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା କାର୍ୟ୍ୟକାରୀ କରାଯାଉଛି। ନମୁନା ଭାବେ  ପ୍ରଥମ ଦଫାରେ ଜଳଭଣ୍ଡାର   ମହମ୍ମଦପୁର ଅଞ୍ଚଳ ରେ  ଦୁଇଟି ସର୍କୁଲାର କେଜ ବା ଯନ୍ତା ଛଡ଼ାଯାଇଛି। ଗୋଟିଏ ଯନ୍ତାର ଗୋଲେଇ  ପନ୍ଦର ମିଟର ଗଭୀରତା ପାଂଚ ମିଟର ପରିମିତ ଅଟେ ଏଥିରେ ମାଛ ଜାଁଆଁଳ ଛଡ଼ାଯିବା ପ୍ରକ୍ରୀୟା ଆରମ୍ବ ହୋଇଛି। ଏହି କାର୍ୟ୍ୟ ଖୁବଶୀଘ୍ର ସମାପ୍ତ ହେବ। ବିଭିନ୍ନ କିସମର ବଜାର ଚାହିଦା ଥିବା ୧୨ ହଜାର ଜାଆଁଳ ଲେଖାଏଁ ପାଣିରେ ଥିବା ଯନ୍ତାରେ ଛଡ଼ାଯାଉଛି। ଛଅ ମାସରେ ଏଥିରୁ ଦଶ ଟନ କରି ମାଛ ଉପ୍ତାଦିତ ହୋଇପରିବ। ଏଥିରୁ ଅନ୍ୟୁନ୍ୟ ୧୨ ଲକ୍ଷ୍ୟ ଟଙ୍କା ଉପାର୍ଜିତ ହୋଇପାରିବ ବୋଲି ଆକଳନ କରାଯାଇଛି। ଆଗକୁ ଗୋଟିଏ ଜନ୍ତାରୁ ବାର୍ଷିକ ୨୪ ଲକ୍ଷ୍ୟ ଟଙ୍କା କାରବାର କରାଯାଇପରିବ। ଏହି ଯୋଜନାରେ ମହମ୍ମଦପୁରର ଦୁଇଟି ପ୍ରାଥମିକ ମତ୍ସ୍ୟଜୀବୀ ସେବା ସମବାୟ ସମିତିକୁ ସାମିଲ କରାଯାଇଛି। ଆଗକୁ ଏହି ଧରଣର ଅଧିକ ସଂଖ୍ୟକ ଜନ୍ତା ବସାଯାଇ ମାଛ ଚାଷ କରାଯିବ ବୋଲି ମତ୍ସ୍ୟ ସମ୍ପଦ ବିଭାଗ ସ୍ଥିର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ହୀରାକୁଦ ନଦୀବନ୍ଧ ଉପରେ ହଜାର ହଜାର ମତ୍ସ୍ୟଜିବୀ ନିର୍ଭର କରନ୍ତି।

 ଯନ୍ତାରେ ମାଛ ଚାଷ ପଦ୍ଧତି ଆମ ଦେଶ ବା ରାଜ୍ୟ ପାଇଁ ନୁଆଁ ଥିଲେ ବି ଜଳଭଣ୍ଡାର ଭିତରେ ଏହା ସାରା ଦେଶ ପାଇଁ ନୁଆଁ ଘଟଣା ଏହାମତ୍ସ୍ୟଜୀଵୀ ପରିବାର ମାନଙ୍କ ଆର୍ଥିକ ସଶକ୍ତି କାରଣ ରେ ସହାୟକ ହେବ

28/04/2019

Leave a Reply

Your email address will not be published. Required fields are marked *

Comments