Bikash Khabar
ବିମୁଦ୍ରୀକରଣକୁ ଆଜି ପୁରିଲା ୪ ବର୍ଷ,ଅଚଳ ହୋଇଥିଲା ପ୍ରଚଳନ ରେ ଥିବା ୮୦ ପ୍ରତିଶତ ବଡ଼ ନୋଟ

୨୦୧୬ ମସିହା ନଭେମ୍ବର ମାସ ତାରିଖ। ଭାରତୀୟ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଅର୍ଥନୀତିରେ ସେତେବେଳେ ପ୍ରଚଳିତ ହେଉଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଦେଇଥିଲେ। ରାତି ୮ଟାରେ ଦୂରଦର୍ଶନରେ ମୋଦୀ ଭାଷଣ ଦେଲେ। ରାତି ୧୨ଟାରୁ ଟଙ୍କାକୁ ଅଚଳ କରି ଦିଆଗଲା। ଫଳରେ ସେତେବେଳେ ଅର୍ଥନୀତିରେ ପ୍ରଚଳନ ହେଉଥିବା ମୋଟ ନଗଦ ଅର୍ଥ ମଧ୍ୟରୁ ୮୬ ପ୍ରତିଶତ ଅର୍ଥ (୧୦୦୦ ଏବଂ ୫୦୦ ଟଙ୍କିଆ) ଅକାମୀ ହୋଇଥିଲା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ କରିବା ସମୟରେ ୩ଟି ପ୍ରମୁଖ କାରଣ ପାଇଁ ଏଭଳି କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେଗୁଡ଼ିକ ହେଲା ଦେଶରେ ଦୁର୍ନୀତିକୁ ରୋକିବା ଅର୍ଥନୀତିରୁ କଳାଟଙ୍କାକୁ କାଢ଼ିବା, ନକଲି ନୋଟ୍କୁ ବାହାର କରିବା ଏବଂ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିବା ଅର୍ଥ ଉପରେ ରୋକ୍ ଲଗାଇବା। ପରେ ଏହାକୁ ନେଇ ରାଜନୈତିକ ଦଳଗୁଡିକ ସରକାରଙ୍କୁ ଘେରିଥିଲେ କିନ୍ତୁ ପରେ ଆତଙ୍କବାଦୀ ସଂଗଠନ ଗୁଡିକର କାର୍ଯ୍ୟକ୍ରମ ରେ ଶୀଥିଳତା ଲକ୍ଷ୍ୟକରାଯାଇଥିଲା ବସ୍ତା ବସ୍ତା ଟଙ୍କା ନଦୀ ନାଳ ରେ ଭାସୁଥିବା ନଜର କୁ ଆସିଥିଲା। ବିରୋଧୀ ସ୍ୱୀକାର କଲେ ମଧ୍ୟ ଏହା ଯା କଳାଟଂକା ଥିଲା ଏହା ସମସ୍ତେ ଅନୁଭବ କରିଛନ୍ତି   ସାମୟିକ ଭାବେ ଲୋକେ ଏହାକୁ ନେଇ ସମସ୍ୟାରେ ମଧ୍ୟ ପଡିଛନ୍ତି କିନ୍ତୁ ଡିଜିଟାଇଜେସନ ବଡ ପ୍ରକ୍ରିୟା ଆରମ୍ଭ ହେବାରେ ବିମୁଦ୍ରୀକରଣ ସହାୟତା କରିଛି   

08/11/2020

Leave a Reply

Your email address will not be published. Required fields are marked *

Comments