Bikash Khabar
କୋଭିଡ୍‌ରେ ମୃତ ପୁଲିସଙ୍କୁ ମିଳିବ ଅବଶିଷ୍ଟ ଚାକିରି କାଳର ଦରମା

କୋଭିଡରେ ମୃତ ପୁଲିସ ଅଧିକାରୀ କର୍ମଚାରୀ ତାଙ୍କ ଅବଶିଷ୍ଟ ଚାକିରି କାଳର ସଂପୂର୍ଣ୍ଣ ଦରମା ପାଇବେ। ଏହା ତାଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ। ଏହାସହିତ ସରକାରଙ୍କ ଘୋଷଣା ଅନୁଯାୟୀ ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରାଯିବ। ଏଥିରେ ଯେଭଳି ବିଳମ୍ବ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ରାଜ୍ୟରେ ଏବେ କୋଭିଡରେ ମୃତ ପୁଲିସ କର୍ମୀଙ୍କ ସଂଖ୍ୟ ୨୦ ଛୁଇଁ ଥିବ ବେଳେ ପୁଲିସ ଡିଜି ଅଭୟ ଜିଲ୍ଲାସ୍ତରର ପୁଲିସ ମୁଖ୍ୟଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଜି ଜିଲ୍ଲା ଏସ୍ପି, ଡିସିପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିଥିଲେ। ରାଜ୍ୟରେ କରୋନା ସ୍ଥିତି ଯେଭଳି ଭୟଙ୍କର ହେଲାଣି ସେ ନେଇ ସାଧାରଣ କଟକଣା କିଭଳି କଡ଼ାକଡ଼ି କରାଯିବ, ସେ ସମ୍ପର୍କରେ ଡିଜି ଆଲୋଚନା କରିଥିଲେ। ପୁଲିସ କର୍ମଚାରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମ ସହିତ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ ଏବଂ ମୃତ୍ୟୁ ପରେ ଅବଶିଷ୍ଟ ଚାକିରି ସମୟର ପୂର୍ଣ୍ଣ ଦରମା କିଭଳି ପ୍ରଦାନ କରାଯିବ, ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

09/09/2020

Leave a Reply

Your email address will not be published. Required fields are marked *

Comments