Bikash Khabar
ଚାଷୀଙ୍କ ସହ ଧାନ ରୋଇଲେ ଗଂଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌  ଅନ୍ତର୍ଗତ ଭରସା ଗ୍ରାମର ଏକ ଜମିରେ ଧାନ ରୁଆ କାର୍ଯ୍ୟରେ ବ୍ୟସ୍ତ ଥିବା ଚାଷୀ ମାନଙ୍କ ସମସ୍ୟା ବୁଝିବା ସହିତ ନିଜେ ଜିଲ୍ଲାପାଳ କାଦୁଅ ପଚପଚ ଚାଷ ଖେତ ଭିତରକୁ ଯାଇ ଧାନ ତଳି ରୋଇଥିଲେ ଚାଷୀ ମାନେ ଜିଲ୍ଲାପାଳଙ୍କ ଏଭଳି ବ୍ୟବହାର ଦେଖି ଉତ୍ସାହିତ ହୋଇଥିଲେ। ସେମାନଙ୍କର ମନୋବଳ ବଢିଥିଲା ଜିଲ୍ଲାପାଳ ଚାଷୀମାନଙ୍କ ସହ ମିଶି ଧାନ ରୋଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଶ୍ୱ ହୋଇଛି

ଉଲ୍ଲେଖନୀୟ ଯେ  ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରହିଥିଲା। ଜିଲ୍ଲାପାଳ ବେଗୁନିଆ ପଡା ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ସାରି ଅପରାହ୍ନରେ ସଦର ମହକୁମା  ଛତ୍ରପୁର ଫେରୁଥିଲେ। ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ଭରସା ଗ୍ରାମ ରାସ୍ତା ପାର୍ଶ୍ବରେ ଥିବା ଚାଷ ଜମିରେ ଧାନ ରୁଆ ଚାଲିଥିଲା। ଉକ୍ତ ଜମିରେ ଧାଡି ରୁଆ ହେଉଥିଲା।ଏହା ଜିଲ୍ଲାପାଳଙ୍କ ନଜରରେ ଆସିଥିଲା। ସେଠାରେ ଜିଲ୍ଲାପାଳ ଓହ୍ଲାଇ ରୁଆ ଚାଲିଥିବା ଚାଷଜମି ଆଡକୁ ଯାଇଥିଲେ ସେଠାର କିଛି ସମୟ  ଧାନ ରୁଆ ଦେଖିଥିଲେ। ଏହାପରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନେ କୃଷି ଋଣ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଥିବା ଜିଲ୍ଲାପାଳ ଜାଣି ପାରିଥିଲେ। କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା ଖଲ୍ଲିକୋଟ ବ୍ଲକ କୃଷି ଅଧିକାରୀଙ୍କୁ ଫସଲ ବୀମା ଯୋଜନାରେ ଏହି ଚାଷୀମାନଙ୍କୁ ସାମିଲ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଚାଷୀ ମାନଙ୍କ ସହ ଆଉ ଟିକିଏ ନିଜର ହେବ ପାଇଁ ଜିଲ୍ଲାପାଳ ଖେତ ଭିତରେ ପ୍ରବେଶ କରି ତଳି ରୋଇଥିଲେ

30/07/2019

Leave a Reply

Your email address will not be published. Required fields are marked *

Comments