Bikash Khabar
କୋରାପୁଟ କୁନ୍ଦୁଲି ରେ ହେବ ଅଦା ପ୍ରକ୍ରିୟାକରଣ ୟୁନିଟ,ଚାଷୀ ପାଇବେ ଲାଭ

କୋରାପୁଟ ଜିଲ୍ଲା କୁନ୍ଦୁଲି ରେ ଅଦା ଚାଷୀ ମାନେ ଏବେ ଉତ୍ପାଦିତ ଅଦାର ପ୍ରକୃତ ମୂଲ୍ୟ ପାଇପାରିବେ। ଅଳ୍ପ ମୂଲ୍ୟରେ କିମ୍ବା ବ୍ୟବସାୟୀ ନିର୍ଧାରିତ କରିଥିବା ମୂଲ୍ୟରେ ଆଉ ବିକ୍ରି କରିବାକୁ ନିରୁପାୟ ହେବ ଭଳି ପରିସ୍ଥିତି ଉପୁଜିବ ନାହିଁ ଚାଷୀଙ୍କୁ ଉତ୍ତମ ବଜାର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ (ଜିଲ୍ଲା ଯୋଗାଣ ବିପଣନ ସମିତି) ପକ୍ଷରୁ ଉତ୍ତମ ବଜାର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ହାଲକୁ ଦାୟିତ୍ବ ଦିଆଯାଇଥିଲା। ଜିଲ୍ଲାପାଳ ଡା.ପୋମା ଟୁଡୁ ଏନେଇ ଆରଏମସି ହାଲ୍ ସହ ଆଲୋଚନା କରିଛନ୍ତି। ଆରଏମସି ପକ୍ଷରୁ ରୁମ ଯୋଗାଇ ଦିଆଯିବ। ଏହି ରୁମରେ ହାଲ୍ ପକ୍ଷରୁ ଅଦାରୁ ମାଟି ବାହାର କରିବା ଏବଂ ସଫେଇ କରି ସୁଖାଇବା ଯନ୍ତ୍ର ଲଗାଯିବ। ଏହି ପ୍ରକ୍ରିୟାକରଣ ୟୁନିଟ୍ ଅତିଶୀଘ୍ର ଆରମ୍ଭ ହେବ ବୋଲି ଓରମାସର ନିର୍ବାହୀ ଅଧିକାରୀ ରୋଶନ କୁମାର କାର୍ତ୍ତିକ ସୂଚନା ଦେଇଛନ୍ତି।ଏଠାରେ ଉଲେଖନୀୟଯେ କୋରାପୁଟ ଦେଓମାଳୀ ପାହାଡ଼ ପାଦ ଦେଶରେ ରହୁଥିବା ଚାଷୀମାନେ ପ୍ରଚୁର ପରିମାଣର ଅଦା ଅମଳ କରିଥାନ୍ତି। ମାଟିରୁ ଖୋଲିବା ମାତ୍ରେ ମାଟି ଲାଗିଥିବା ଅବସ୍ଥାରେ ଅଦା ଆଣି କୁନ୍ଦୁଲି ହାଟରେ କେଜି ପ୍ରତି ୫୦ ରୁ ୭୦ ଟଙ୍କା ଦରରେ ବିକ୍ରି କରିଥାନ୍ତି। ଯଦି ଅମଳ ପରେ ମାଟି ବାହାର କରି,ଶୁଖାଇ,ବିକ୍ରି କରାଯିବ ତେବେ କେଜି ପ୍ରତି ୧୦୦ ଟଙ୍କା ଦରରେ ବିକ୍ରି ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ଆକଳନ କରିଛି 

29/07/2019

Leave a Reply

Your email address will not be published. Required fields are marked *

Comments