Bikash Khabar
ଗଣିତ,ବିଜ୍ଞାନ ଓ ଇଁରାଜୀ ଶିକ୍ଷାଦାନ ପାଇଁ ଦିଆଯିବ ଅଧିକ ସମୟ

ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସ୍କୁଲରେ ଇଂରାଜୀ, ଗଣିତ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ବିଷୟକୁ ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢ଼ ଘଣ୍ଟା ପଢ଼ାଯିବ। ସମ୍ପୃକ୍ତ ୩ଟି ବିଷୟରେ ପିଲା କମ୍ନମ୍ବର ରଖୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ନମୁନା ମୂଳକ ଭାବରେ  ଜିଲାସ୍ତରରେ ଗୋଟିଏ ସ୍କୁଲକୁ ବଛାଯାଇ ଉକ୍ତ ସ୍କୁଲରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ପରେ ଏହି ବ୍ୟବସ୍ଥାକୁ ବ୍ଲକସ୍ତରରେ ଲାଗୁ କରାଯିବ ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ତେବେ ବିଦ୍ୟାଳୟ ଗୁଡିକରେ ଗଣିତ,ଇଁରାଜୀ ବିଜ୍ଞାନ ବିଷୟରେ ପଢ଼ାଇବା ଆବଶ୍ୟକୀୟ ଶିକ୍ଷକ ଙ୍କ ଅଭାବ ରହିଛି ଏଭଳି ବିଷୟରେ ପଢ଼ାଇବା ପାଇଁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ପରେ ଏଭଳି ନିଷ୍ପତ୍ତି ନିଆଯିବା କଥା ଆଦିବାସୀ ବହୁଳ ଜିଲା ଗୁଡିକରେ ସ୍ୱତନ୍ତ୍ର ଧ୍ୟାନ ଦିଆନଗଲେ ଏଭଳି ନିଷ୍ପତ୍ତି ରୁ ସୁଫଳ ମିଳିବ ନାହିଁ ଏବେ ବି ରାଜ୍ୟର ହଜାର ହଜାର ବିଦ୍ୟାଳୟରେ ଶିକ୍ଷକ ଙ୍କ ଯୋଗ୍ୟତାକୁ ନେଇ ଉଠିଲାଣି ପ୍ରଶ୍ନ। ଚାକିରୀ ଆରମ୍ଭ ସମୟରେ ନେଇଥିବା ତାଲିମ କୁ ବାଦଦେଲେ ସରକାର ଶିକ୍ଷକ ଙ୍କ ସାମର୍ଥ୍ୟ ବୃଦ୍ଧିକୁ ଏକ ରକମ ଭୁଲିଯାଇଛନ୍ତି ଯେପରି। ଓଟିଇଟି ପରୀକ୍ଷାରେ ଯେଭଳି ସଂଖ୍ୟକ ଶିକ୍ଷକ ଫେଲ ହେଉଛନ୍ତି ତାକୁ ସରକାର ଦୃଷ୍ଟିରେ ରଖି ନିର୍ଦ୍ଧିଷ୍ଟ ବିଷୟ ପଢ଼ିବାର ଶିକ୍ଷକ ନିଯୁକ୍ତି କରନ୍ତୁ ତାପରେ ଅବଧି ବଢ଼ାଇବେ ବୋଲି ଶିକ୍ଷାବିତ ମାନେ କହିଛନ୍ତି

14/08/2019

Leave a Reply

Your email address will not be published. Required fields are marked *

Comments