Bikash Khabar
ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟରେ ହେବ ବୃଦ୍ଧାବସ୍ଥା ସମ୍ପର୍କରେ ଗବେଷଣା

ବିଗତ ୨୦ ବର୍ଷ ମଧ୍ୟରେ ଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସଂଖ୍ୟା ବେଶ୍ବୃଦ୍ଧି ପାଇଥିବା ବେଳେ ଜୀବନ ଧାରଣର ମାନରେ ମଧ୍ୟ ପରିବର୍ତ୍ତନ ଯୋଗୁ ଏହି ଧାରା ଆଗକୁ ବି ଜାରି ରହିବ। ଏଭଳି ସ୍ଥିତିରେ ବୃଦ୍ଧାବସ୍ଥାରେ ଲୋକଙ୍କ ସ୍ବାସ୍ଥ୍ୟ, ସାମାଜିକ, ଶୈକ୍ଷିକ ଆଦି ପ୍ରସଙ୍ଗକୁ ନେଇ ଗବେଷଣାର ଆବଶ୍ୟକତା ରହିଛି। ଏହି ବୃଦ୍ଧାବସ୍ଥା ସମ୍ପର୍କରେ ଗବେଷଣା ପାଇଁ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଦେଇଥିବା ପ୍ରସ୍ତାବକୁ ସରକାର ମଞ୍ଜୁର କରିବା ପରେ ଏଠାରେ ବୃଦ୍ଧାବସ୍ଥାକୁ ନେଇ ରାଜ୍ୟର ପ୍ରଥମ ବହୁମୁଖୀ ଗବେଷଣା କେନ୍ଦ୍ର ଗଠନ ହୋଇଛି। ଶନିବାର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ସ୍ନାୟୁ ଜୀବବିଜ୍ଞାନ ପ୍ରଫେସର ମହେନ୍ଦ୍ର ଠାକୁର ଏହି ଓଡ଼ିଶା ସେଣ୍ଟର ଫର୍ଜେରିଆଟ୍ରିକ୍ସ ଆଣ୍ଡ ଜେରୋଣ୍ଟୋଲୋଜି ଉଦ୍ଘାଟନ କରିଛନ୍ତି।

16/11/2020

Leave a Reply

Your email address will not be published. Required fields are marked *

Comments