Bikash Khabar
ସୁନା ବେପାର : ଗତବର୍ଷ ବୁଡ଼ାଇଥିଲା ଫନି, ଏବର୍ଷ କରୋନା

ଅକ୍ଷୟ ତୃତୀୟ ଭଳି ପବିତ୍ର ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଲୋକମାନଙ୍କ ମନରେ ଧାରଣା ରହିଛି। ତାହାକୁ ପାଥେୟ କରି ପ୍ରତିବର୍ଷ ଗହଣା ଦୋକାନୀମାନେ ବିପୁଳ ପରିମାଣର ସୁନା ଓ ଗହଣା ବିକ୍ରି କରିଥାନ୍ତି। କିନ୍ତୁ ଗତବର୍ଷ ଠାରୁ ଅକ୍ଷୟ ତୃତୀୟା ସୁନା ବେପାରକୁ କଳଙ୍କ ଲାଗିଯାଇଛି। ୨୦୧୯ ମେ’ ୭ରେ ଅକ୍ଷୟ ତୃତୀୟା ପଡ଼ିଥିଲା। ସେହି ମାସର ପ୍ରଥମ ସପ୍ତାହରେ ସାମୁଦ୍ରିକ ଝଡ଼ ଫନି ରାଜ୍ୟର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିବାରୁ ଅକ୍ଷୟ ତୃତୀୟ ଦିନ ସୁନା ବେପାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଆସନ୍ତାକାଲି ଅକ୍ଷୟ ତୃତୀୟ ପାଳନ କରାଯାଉଥିବା ବେଳେ କରୋନା ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ସୁନା ଦୋକାନଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଉଛି।

 

26/04/2020

Leave a Reply

Your email address will not be published. Required fields are marked *

Comments