Bikash Khabar
ଆପାର୍ଟମେଣ୍ଟରେ ରହିବେ ସରକାରୀ କର୍ମଚାରୀ !

ସରକାରୀ କର୍ମଚାରୀଙ୍କ ପାଇଁ ରାଜଧାନୀ ଭୁବନେଶ୍ୱରରେ କ୍ୱାଟର୍ସ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର କମ୍ପ୍ରେନସିଭ୍ ଗଭର୍ଣ୍ଣମେଣ୍ଟ ଆକୋମେଡେସନ୍ ଡେଭଲପମେଣ୍ଟ ପ୍ରୋଗ୍ରାମ(ଜିଏଡିପି) ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି କର୍ମଚାରୀମାନଙ୍କ କ୍ୱାଟର୍ସ ଅଭାବକୁ ଦୂର କରିବା ୫୦ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସରକାରୀ କ୍ୱାଟର୍ସଗୁଡ଼ିକୁ ଭାଙ୍ଗି ନୂଆ କରି ନିର୍ମାଣ ନିମନ୍ତେ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ପାଇଁ ୨୦୦କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରାଯିବା ସହିତ  ସାପ୍ତାହିକ ବ୍ୟବଧାନରେ ଏହାର ଅଗ୍ରଗତିର ତଦାରଖ ନିମନ୍ତେ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି।ମିଳିଥିବା ସୂଚନା ଅନୁସାରେ, ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ୫୦% କ୍ୱାଟର୍ସକୁ ଭାଙ୍ଗି ସେଠାରେ ବହୁତଳ ପ୍ରାସାଦ ନିର୍ମାଣ ପାଇଁ ବାଚସ୍ପତି ଗତମାସରେ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କ କ୍ୱାଟର୍ସ ଅଭାବକୁ ଦୂର କରିବା ପୁରୁଣା କ୍ୱାଟର୍ସଗୁଡ଼ିକର ପୁନଃନିର୍ମାଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀଙ୍କ ପାଇଁ କେବଳ ଆପାର୍ଟମେଣ୍ଟ୍ ଷ୍ଟାଇଲରେ ଗୃହ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କ ନିମନ୍ତେ ୟୁନିଟ୍- ଡିଏଭି ସ୍କୁଲ ପାଖରେ ଥିବା .୨୪୪ ଏକର ପୁରୁଣା ଏଜି କଲୋନୀରେ ଥିବା .୫ଏକର ଜମିରେ ବହୁତଳ ପ୍ରାସାଦ ନିର୍ମାଣ କରାଯିବ। ଏହାସହିତ ଶିଶୁଭବନ ଛକରୁ ଗୁରୁଦ୍ୱାର ପର୍ଯ୍ୟନ୍ତ ଜନପଥ କଡ଼ରେ ଥିବା ସମସ୍ତ ସରକାରୀ କ୍ୱାଟର୍ସଗୁଡ଼ିକର ସର୍ଭେ କରାଯିବ। ଇଷ୍ଟେଟ୍ ନିର୍ଦ୍ଦେଶକଙ୍କ ଦ୍ୱାରା ଏହି ସର୍ଭେ କରାଯାଇ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ମଧ୍ୟରେ ପ୍ରାୟ ୨୦ଏକର ଜମିକୁ ଚିହ୍ନଟ କରାଯାଇ ସେଠାରେ ମଧ୍ୟ ବହୁତଳ କୋଠା ନିର୍ମାଣ ହେବ। ଏହି ବହୁତଳ ପ୍ରାସାଦ କୋଠାଗୁଡ଼ିକ ସିପିଡବ୍ଲ୍ୟୁ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ନିର୍ମାଣ ହେବ। ଏହି ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ଗୃହଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ୧୦ବର୍ଷ ପର୍ଯ୍ୟନ୍ତ ଟେଣ୍ଡର ନେଇଥିବା ସଂସ୍ଥା ବୁଝିବ। ଓଡ଼ିଶା ବ୍ରିଜ୍ କର୍ପୋରେସନ୍ ଏହି ପ୍ରୋଜେକ୍ଟଗୁଡ଼ିକର ନୋଡାଲ ଏଜେନ୍ସୀ ଭାବେ କାର୍ଯ୍ୟ କରିବ।

ସେହିପରି ଏବେ ଏମଏଏଲ କଲୋନୀ ୨ଟି ପ୍ୟାଚରେ ଅବସ୍ଥିତ। ଗୋଟିଏ ପ୍ୟାଚ ୯ଏକର ଜମିରେ ଅନ୍ୟଟି ୧୨ଏକର ଜମିରେ ରହିଛି। ତେବେ ଏହି ପ୍ୟାଚ୍ ମଧ୍ୟରୁ କେଉଁଠି ପ୍ରଥମେ ପୁନଃନିର୍ମାଣ(ଆପାର୍ଟମେଣ୍ଟ୍) କାର୍ଯ୍ୟ ଆରମ୍ଭ ହେବ, କେଉଁ ବର୍ଗର ଗୃହ ନିର୍ମାଣ ହେବ ସବୁ ସୁବିଧା ସେଥିରେ ଉପଲବ୍ଧ ହେବ ତାହା ବାଚସ୍ପତି ନିର୍ଦ୍ଧାରଣ କରିବେ। ବାଚସ୍ପତିଙ୍କ ସହ ଆଲୋଚନା କରି ଏମଏଲଏ କଲୋନୀର ପୁନଃନିର୍ମାଣ କାର୍ଯ୍ୟ ଇପିସି ମୋଡରେ କରିବାକୁ ସ୍ଥିର ହୋଇଛି।

 

05/10/2019

Leave a Reply

Your email address will not be published. Required fields are marked *

Comments