Bikash Khabar
ରାମେୟାପାଟଣାର ତଟକ୍ଷୟ କୁ ରୋକିବ ଗାର୍ଡ ୱାଲ

ଗଂଜାମ ଜିଲ୍ଲା ଚିକିଟି ବ୍ଲକ ରାମେୟାପାଟଣାରେ ବାରମ୍ବାର ସମୁଦ୍ରର ଜୁଆର ମାଡ଼ରେ ବେଳାଭୂମି ଅବକ୍ଷୟ ପରେ ସମୁଦ୍ରକୁ ରୋକିବା ଲାଗି ଆରମ୍ଭ ହୋଇଛି ପ୍ରୟାସ। କୂଳ ଠାରୁ ୨୫ ମିଟର ସମୁଦ୍ର ଜଳରାଶିରେ ଗାଁ ସୀମା ଠାରୁ ୧କିମି ଲମ୍ବ ମିଟର ଉଚ୍ଚାର ଏକ ଗାର୍ଡ଼ୱାଲ ନିର୍ମାଣ ହେବ। କୂଳ ଠାରୁ ୨୫ମିଟର ଦୂରରେ ଏହା ନିର୍ମାଣ ହେବ। ଗାର୍ଡୱାଲରେ ପ୍ୟାକିଂ ଲଞ୍ଚିଂ ଆପ୍ରନ ରହିବ। ଏଥିଲାଗି ଜଳସମ୍ପଦ ବିଭାଗ ୬କୋଟି ୪୭ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା ଜଣାପଡିଛି। ବ୍ରହ୍ମପୁର ଜଳସମ୍ପଦ ବିଭାଗର ଏକ ଟିମ୍ଯାଇ ସ୍ଥିତି ଅନୁଧ୍ୟାନ କରିଛି। ତେବେ ସମୁଦ୍ରରେ ଗାର୍ଡୱାଲ ନିର୍ମାଣକୁ ନାପସନ୍ଦ କରିଛନ୍ତି ସାମୁଦ୍ରିକ ବିଜ୍ଞାନୀ ପ୍ରଫେସର ପ୍ରତାପ ମହାନ୍ତି। କେନ୍ଦ୍ରାପଡ଼ାର ପେଣ୍ଠ ଠାରେ ସମୁଦ୍ର କୂଳ ଖାଇବା ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜିଓ ସିନ୍ଥେଟିକ ଟ୍ୟୁବ ପକା ଯାଇଥିଲା। କିନ୍ତୁ ତାହା କାମ କଲା ନାହିଁ।ଅଶାନ୍ତ ସମୁଦ୍ର ଜିଓ ସିନ୍ଥେଟିକ ଟ୍ୟୁବୱାଲ କୁ କ୍ଷତିଗ୍ରସ୍ତ କରିଛି ରାମେୟାପଟଣାରେ ସମୁଦ୍ରକୁ ରୋକିବା ଲାଗି ସି ୱାଲ ନିର୍ମାଣ ଠିକ୍ନୁହଁ। ଅପର ପକ୍ଷରେ ଗଂଜାମ ଉପକୂଳର ପୋଡ଼ାମପେଟା ଗାଁର ଟି ଘରକୁ ସମୁଦ୍ର ଭସାଇ ନେଇଛି ସାତଭାୟା ପରି ପୋଡ଼ାମପେଟା ଗ୍ରାମବାସୀ ମଧ୍ୟ ଜଳବାୟୁ ପରିବର୍ତନ ଶିକାର ହୋଇ ସମୁଦ୍ର ଡରରେ ଭିଟାମାଟି ଛାଡି ସ୍ଥାନାନ୍ତରି ହୋଇଛନ୍ତି ରାମେୟାପାଟଣା ବାସି ସେ ଦୁଖରୁ ରକ୍ଷା ପାଇବାର ବାଟ ଖୋଜୁଛନ୍ତି

13/08/2019

Leave a Reply

Your email address will not be published. Required fields are marked *

Comments