Bikash Khabar
ଓଡିଶା ଠାରୁ ବାତ୍ୟା ମୁକାବିଲା ଅଭିଜ୍ଞତା ଲୋଡ଼ିଲା ଗୁଜୁରାଟ

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ବାୟୁ ଆସନ୍ତାକାଲି କୁଳ ଛୁଇଁବ ଘଂଟାପ୍ରତି ୧୩୫ କିମି ବେଗରେ ପବନ ବହିବ। ଏଥିରେ ବିଜୁଳି ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାକୁ ଥିବା ବେଳେ ବ୍ୟାପକ ସଂଖ୍ୟକ ବୃକ୍ଷ ଧରାଶାୟୀ ହେବାର ସମ୍ଭାବନା ଅଛି ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ କଲେଜ କୁ ଛୁଟି ଘୋଷଣା କରିଛନ୍ତି ସମ୍ଭାବ୍ୟ ବାତ୍ୟା ମୁକାବିଳାର ବିଭିନ୍ନ ଦିଗ ଗୁଡିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି କ୍ରମରେ ଗୁଜୁରାଟ ସରକାର ବାତ୍ୟା ମୁକାବିଲା ବିଭିନ୍ନ ସୋପାନ ଉପରେ ଓଡିଶା ସରକାରଙ୍କ ସହିତ କଥାହୋଇଛନ୍ତି ଗତ  ମେ ମାସରେ  ଏଡିଶା ଏକ ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ସାମ୍ନା କରିଥିଲା ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତଟି କାରଣରୁ ବିପତ୍ତି ପରିଣାମ କୁ ହ୍ରାସ କରିଥିଲା ଫନି ବାତ୍ୟା ସମୟରେ ଓଡ଼ିଶାର ପ୍ରସ୍ତୁତି କିଭଳି ଥିଲା ଗୁଜୁରାଟ ପଚାରି ବୁଝିଛି ଗୁଜୁରାଟ ମୁଖ୍ୟ ଶାସନ ସଚିବ ଜେଏନସିଂ ଗଣମାଧ୍ୟମ କୁ କହିଛନ୍ତିଯେ ଆମେ ଓଡ଼ିଶା ମୁଖ୍ୟଶାସନ ସଚିବ ଙ୍କ ସହିତ ବାତ୍ୟା ମୁକାବିଲା କୌଶଳ ପର୍ଯ୍ୟାୟ ଗୁଡିକ ବାବଦରେ ଆଲୋଚନା କରିଛୁ ଉଲେଖନିୟ  ଯେ ଗତ ମେ ମାସରେ ଓଡିଶା ଉପକୂଳ ରେ ତାଣ୍ଡବ ରଚିଥିଲା ବାତ୍ୟା ଫନି ୨୦ ହଜାର ଗାଁର . କୋଟି ଲୋକଙ୍କୁ ପ୍ରଭାବିତ କରିଥିଲା ଓଡିଶା ସରକାରଙ୍କ ବାତ୍ୟା ମୁକାବିଲା କୌଶଳ କାରଣରୁ ମୃତ୍ୟୁସଂଖ୍ୟାକୁ ୬୪ ରେ ସୀମିତ ରଖାଯାଇପାରିଥିଲା

12/06/2019

Leave a Reply

Your email address will not be published. Required fields are marked *

Comments