Bikash Khabar
ଇଞ୍ଜିନିୟରିଂ କଲେଜରେ ଅଧା ସିଟ୍ ଖାଲି, ୨ବର୍ଷ ଯାଏ ନୂଆ କଲେଜକୁ ଅନୁମତି ଦେବନାହିଁ ଏଆଇସିଟିଇ

 ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଇଞ୍ଜିନିୟରିଂ କଲେଜର ସଂଖ୍ୟା ବୃଦ୍ଧି ଉପରେ ଲଗାମ ଲଗାଇବାକୁ ଏକ ପ୍ରକାର ନିଷ୍ପତ୍ତି ନେଇ ସାରିଛି। ଭାରତରେ ଏବେ ୨୦୨୨ ପର୍ଯ୍ୟନ୍ତ ନୂଆ ବିଟେକ୍ କଲେଜ ସ୍ଥାପନ ନେଇ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ୨୦୧୯-୨୦ରେ ଛାତ୍ରମାନଙ୍କର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ଚଳିତ ବର୍ଷ ସମସ୍ତ ଇଞ୍ଜିନିୟରିଂ କଲେଜରେ ୫୦ ପ୍ରତିଶତ ସିଟ୍ ଖାଲି ରହିଛି। ଭାରତରେ ସ୍ନାତକ (୧୪ଲକ୍ଷ), ଡିପ୍ଲୋମା (୧୧ଲକ୍ଷ) ଏବଂ ପୋଷ୍ଟ ଗ୍ରାଜୁଏଟ୍ (.୮ଲକ୍ଷ) ମୋଟ୍ ୨୭ ଲକ୍ଷ ସିଟ୍ ରହିଛି ମାତ୍ର ୨୦୧୯-୨୦ରେ କେବଳ ୧୩ ଲକ୍ଷ ଛାତ୍ର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ସେମାନଙ୍କ ମଧ୍ୟରୁ ୭ଲକ୍ଷ ଗ୍ରାଜୁଏଟ୍ କୋର୍ସରେ ନାମ ଲେଖାଇଥିଲେ। ନୂଆ କୋର୍ସ ଆରମ୍ଭ କରିଥିବା କଲେଜଗୁଡିକୁ ମଞ୍ଜୁରି ଦିଆଯିବ। ଏଆଇସିଟିଇର ସୂଚନା ଅନୁସାରେ ୨୦୧୯ରେ କ୍ୟାମ୍ପସ ପ୍ଲେସମେଣ୍ଟ ମାଧ୍ୟମରେ କେବଳ ୬ଲକ୍ଷ ଗ୍ରାଜୁଏଟ୍ସଙ୍କୁ ଚାକିରି ମିଳିଛି ଛାତ୍ରମାନଙ୍କର କମ୍ ସଂଖ୍ୟା ଯୋଗୁଁ ୨୦୧୫ ଏବଂ ୨୦୧୯ ମଧ୍ୟରେ ମୋଟ୍ ୫୧୮ ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଯାଇଛି

14/02/2020

Leave a Reply

Your email address will not be published. Required fields are marked *

Comments