Bikash Khabar
ସରକାରୀ ଆଇଟିଆଇରେ ଅଧା ସିଟ୍‌ ଖାଲି

ଦେଶର ଶ୍ରେଷ୍ଠ ଶହେ ଆଇଟିଆଇ ମଧ୍ୟରେ ଓଡ଼ିଶାରୁ ୧୧ଟି ସ୍ଥାନ ପାଇଛି। ତାହାକୁ ଆଧାର କରି ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓଏମ୍ବାଡ୍ସି) ପାଣ୍ଠିରେ ଖଣି ଅଞ୍ଚଳରେ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଠାକାର ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ସେକ୍ଟରରେ ନିଯୁକ୍ତି ଦକ୍ଷତା ବୃ୍ଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ ୪ଦିନ ତଳେ ଲୋକସେବା ଭବନରେ ସମୀକ୍ଷା କରାଯିବା ସହ ଲମ୍ବା ଚଉଡ଼ା ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ।୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୫୦୪ଟି ଆଇଟିଆଇ ସ୍ଥିତିକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ମଧ୍ୟ ୩୩୨ଟି ଘରୋଇ ଆଇଟିଆଇରେ ଜଣେ ବି ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। ପିଲା ହେଉ ଥିବାରୁ ରାଜ୍ୟର ୬୭ଟି ଘରୋଇ ଆଇଟିଆଇରେ ତାଲା ପଡ଼ିବାକୁ ବସିଲାଣି। ଏବେ କେବଳ କାଗଜକଲମରେ ଚାଲିଛି। ରାଜ୍ୟର ୪୯ଟି ସରକାରୀ ଆଇଟିଆଇ ଅବସ୍ଥା ମଧ୍ୟ ତଦ୍ରୂପ। ଏବେ ବି ଅଧ ସିଟ୍ଖାଲି ପଡ଼ିଛି। ନାମକରା ତଥା ଶିଳ୍ପ ଅଞ୍ଚଳରେ ଥିବା କିଛି ଆଇଟିଆଇରେ ୫୦ପ୍ରତିଶତରୁ ଅଧିକ ସିଟ୍ପୂରଣ ହୋଇଛି। ହେଲେ ସବୁଠି ସିଟ୍ଖାଲି ପଡ଼ିଛି। ପିଲାମାନେ କିଭଳି ଆଇଟିଆଇରେ ପଢ଼ିବାକୁ ଆକୃଷ୍ଟ ହେବେ, ସେଥିପ୍ରତି ଗୁରୁତ୍ବ ଦେଇ ଗୋଟିଏ ପରେ ଗୋଟିଏ ଶିକ୍ଷାନଷ୍ଠାନ ଖୋଲିବା ପଛର ଉଦ୍ଦେଶ୍ୟକୁ ନେଇ ଶିକ୍ଷାବିତ୍ମାନେ ପ୍ରଶ୍ନ କରିଛନ୍ତି।

 

24/09/2020

Leave a Reply

Your email address will not be published. Required fields are marked *

Comments