Bikash Khabar
ଅଧିକ ହୋଟେଲ ବଢିବା ଦିଗରେ ଗୁରୁତ୍ୱ ଦେଲା ହାରୋ

 କେରଳରେ ୫୬୩ ତାରକା ହୋଟେଲ୍ରେ ୧୫,୭୯୧ ରୁମ୍ଅଛି। ମହାରାଷ୍ଟ୍ରରେ ୯୦ଟି ତାରକା ହୋଟେଲ୍ରେ ୧୫,୩୧୮ଟି ରୁମ୍ ଅଛି। ଗୁଜୁରାଟରେ ୮୦ଟି ହୋଟେଲ୍‌‌ରେ ,୨୭୨ଟି ରୁମ୍ଅଛି। ପଶ୍ଚିମବଙ୍ଗରେ ୩୯ଟି ତାରକା ହୋଟେଲ୍ରେ ,,୪୬୧ଟି ରୁମ୍ ଅଛି। ତାମିଲନାଡ଼ୁ, ଉତ୍ତରପ୍ରଦେଶ, ହରିଆନା, ଆନ୍ଧ୍ରପ୍ରଦେଶରେ ମଧ୍ୟ ତାରକା ହୋଟେଲ୍ସଂଖ୍ୟା ଉତ୍ସାହଜନକ। କିନ୍ତୁ ଓଡ଼ିଶାରେ ଅଛି ୯ଟି ତାରକା ହୋଟେଲ୍, ଯେଉଁଥିରେ କି ରୁମ୍ସଂଖ୍ୟା ମାତ୍ର ୬୫୭। ଏହା ମଧ୍ୟରେ ପଞ୍ଚ ତାରକା ଡିଲକ୍ସ ଦୁଇଟି, ପଞ୍ଚ ତାରକା ଗୋଟିଏ, ଚାରି ତାରକା ତିନିଟି, ତିନି ତାରକା ତିନିଟି। ହୋଟେଲ୍ଶିଳ୍ପରେ ଏତେ ଦୁର୍ବଳ ସ୍ଥିତିକୁ ନେଇ ଓଡ଼ିଶାରେ ପର୍ଯ୍ୟଟନ କିପରି ଆଗକୁ ଯିବ ବୋଲି ପ୍ରଶ୍ନ ଉଠିଲାଣି। ଏହାକୁ ଦୃଷ୍ଟିରେ ରଖି ହୋଟେଲ୍ସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଛି ହୋଟେଲ୍ ରେସ୍ତୋଁରା ଆସୋସିଏସନ୍ ଅଫ୍ ଓଡ଼ିଶା(ହାରୋ) ବର୍ତ୍ତମାନ ବିଭିନ୍ନ ଜାତୀୟ ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଓଡ଼ିଶା ପସନ୍ଦର ସ୍ଥାନ ପାଲଟିଛି। କିନ୍ତୁ ଏକା ସଙ୍ଗେ ଦୁଇ ତିନିଟି ସମ୍ମିଳନୀ କରିବା ପାଇଁ ଓଡ଼ିଶାରେ ଭିତ୍ତିଭୂମିର ଅଭାବ ରହିଛି। ଫଳରେ ପର୍ଯ୍ୟଟକଙ୍କ ଆଗମନରେ ଏହା ଏକ ପ୍ରତିବନ୍ଧକ ସାଜୁଛି। ଗତ ସେପ୍ଟେମ୍ବର ୧୮ ତାରିଖରେ ହାରୋ ପକ୍ଷରୁ ପର୍ଯ୍ୟଟନ କନ୍କ୍ଲେଭ୍ ଆୟୋଜନ କରାଯାଇଥିଲା। ହୋଟେଲ୍ଶିଳ୍ପ ସହ ପର୍ଯ୍ୟଟନର ବିକାଶ ପାଇଁ ମାନସ ମନ୍ଥନ ହୋଇଥିଲା। ଏଥିରୁ ବାହାରିଥିବା ନିର୍ଯାସକୁ ଭିତ୍ତି କରି ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ମହାନ୍ତି ଜଣାଇଛନ୍ତି, ହୋଟେଲ୍ଭିତ୍ତିଭୂମି କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ସହ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଓଡ଼ିଶାରେ ଅଧିକ ହୋଟେଲ୍ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ନିଜେ ପର୍ଯ୍ୟଟନ ସଚିବ ବିଶାଲ ଦେବ ମଧ୍ୟ କନ୍କ୍ଲେଭ୍ ଅବସରରେ ତାରକା ବଜେଟ୍ହୋଟେଲ୍ ଅଭାବ ପର୍ଯ୍ୟଟନର ବିକାଶରେ ଏକ ପ୍ରତିବନ୍ଧକ ବୋଲି ଚିନ୍ତା ପ୍ରକଟ କରିଥିଲେ। ହୋଟେଲ୍ଶିଳ୍ପରେ ୨୫େକାଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜିନିବେଶରେ ୩୦ ପ୍ରତିଶତ ସବ୍ସିଡି ଦିଆଯାଉ। ୧୧ ବର୍ଷ ପର୍ଯ୍ୟନ୍ତ ପ୍ରତିଶତ ସୁଧ ସବ୍ସିଡି ଦିଆଯାଉ। ମାତ୍ର ତିନି ବର୍ଷ ପର୍ଯ୍ୟନ୍ତ ସବ୍ସିଡି ଦିଆଗଲେ, ବହୁ ହୋଟେଲ୍ଓଡ଼ିଶାରେ ଖୋଲିପାରନ୍ତା ବୋଲି କନ୍କ୍ଲେଭ୍ରେ ଆଶାପ୍ରକଟ କରାଯାଇଛି।

20/12/2019

Leave a Reply

Your email address will not be published. Required fields are marked *

Comments