Bikash Khabar
କୋରାପୁଟ କୋଟିଆରେ ହେବ ହେଲିପ୍ୟାଡ୍‌

କୋଟିଆରେ ହେଲିପ୍ୟାଡ୍ ନିର୍ମାଣ କରାଯିବ। ଏଥିନେଇ ଜାଗା ଚିହ୍ନଟ କରାଯାଇଛି। ସରକାରଙ୍କ ଠାରୁ ସବୁଜସଙ୍କେତ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ଏହି ହେଲିପ୍ୟାଡ୍ନିର୍ମାଣ ହେଲେ ଏଠାକୁ ପୁଲିସ ଫୋର୍ସ ଅଧିକାରୀମାନେ ଯିବା ସହଜ ହୋଇପାରିବ। ଅପରପକ୍ଷରେ କୋଟିଆ ଥାନାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଥାନା ହେଲିପ୍ୟାଡ୍ ହେଲେ କୋଟିଆର ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି ଅନୁମାନ କରାଯାଉଛି। ଏପଟେ କୋଟିଆରେ ଉନ୍ନୟନମୂଳକ କାମ ମଧ୍ୟ ଜାରି ରହିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତର ୨୧ଟି ଗାଁ ୭ଟି ପଡ଼ାକୁ ନେଇ ଓଡ଼ିଶା ଆନ୍ଧ୍ରପ୍ରଦେଶ ଭିତରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। କୋଟିଆ ଗ୍ରାମପୁଂଜକୁ ନିଜର କରିବା ପାଇଁ ଦୁଇ ପଡ଼ୋଶୀ ରାଜ୍ୟ ମୁହାଁମୁହିଁ ହୋଇଥିଲା ବେଳେ ଦୁଇ ବର୍ଷ ହେଲା ଏହା ଉଗ୍ର ରୂପ ଧାରଣ କରିଛି। ଅବହେଳିତ କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ପ୍ରାୟ ୧୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରି କାମ ଚଳାଇଛନ୍ତି। ବିଶେଷକରି, ଏଠାରେ ଭିତ୍ତିଭୂମି ଜୀବନଜୀବିକାକୁ ଗୁରୁତ୍ବ ଦିଆଯାଉଛି। କୋଟିଆ ସଦର ମହକୁମାରେ ଏବେ ପୁଲିସ ଥାନା ନିର୍ମାଣ ଜୋର୍ସୋର୍ରେ ଚାଲିଛି। ଇତିମଧ୍ୟରେ ଛାତ ପଡ଼ି ସାରିଛି, ଆଉ ଅଳ୍ପ କିଛି କାମ ବାକି ଅଛି। ପାଖାପାଖି ମାସ ଭିତରେ ଏହି କାମ ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି। ମହଲା ବିଶିଷ୍ଟ କୋଠାରେ ଥାନା ସହ ପୁଲିସ ଫୋର୍ସ ରହିବେ। କୋଟିଆ ଅଂଚଳ ମାଓ ପ୍ରଭାବିତ ହୋଇଥିବାରୁ ଏଥିପ୍ରତି ସ୍ବତନ୍ତ୍ର ଧାନ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଥାନା ନିର୍ମାଣ କରାଯାଉଥିବା ଜଣାପଡ଼ିଛି।

24/09/2020

Leave a Reply

Your email address will not be published. Required fields are marked *

Comments