Bikash Khabar
ମୃତ୍ୟୁ କାଳୀନ ଜମାନବନ୍ଦୀ ର ସତ୍ୟତା ହିଁ ଦଣ୍ଡ ଦେବାପାଇଁ ଯଥେଷ୍ଟ କହିଲେ ହାଇକୋର୍ଟ

ମୃତ୍ୟୁସମୟରେ ବ୍ୟକ୍ତି ମିଛ କହି ନଥାଏ କିମ୍ବା ନିର୍ଦ୍ଦୋଷକୁ କୌଣସି ଅପରାଧରେ ସଂପୃକ୍ତବୋଲି ଦର୍ଶାଇ ନଥାଏ ତଥାପି ମୃତକଙ୍କ ବୟାନ ଉପରେ ଅଦାଲତଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡିଥାଏ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜାମିନ ଆବେଦନର ଶୁଣାଣି କରି ମୃତ୍ୟକାଳୀନ ଜମାନବନ୍ଦୀର ଗ୍ରହଣୀୟତା ପ୍ରସଂଗରେ ଏପରି ରାୟ ଦେଇଛନ୍ତି।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ମୃତ୍ୟୁ ପୂର୍ବରୁ ରେକର୍ଡ କରାଯାଇଥିବା ବୟାନ ସମୟରେ ସଂପୃକ୍ତ ବ୍ୟକ୍ତି ସୁସ୍ଥ ମାନସିକ ଅବସ୍ଥାରେ ଥିଲେ ବା ନାହିଁ ତାହା ଅଦାଲତରେ  ସୁନିଶ୍ଚିତ ହେବା ଆବଶ୍ୟକ। ମୃତ୍ୟୁକାଳୀନ ଜମାନବନ୍ଦୀ କୌଣସି ପ୍ରକାର ପ୍ରଭାବିତ ହୋଇ ବିଦ୍ବେଷ ଭାବ ରଖି ଦିଆଯାଇଛି ବୋଲି ମଧ୍ୟ ସୁନିଶ୍ଚିତ କରାଯିବା ଉଚିତ। ମୃତ୍ୟୁକାଳୀନ ଜମାନବନ୍ଦୀ ସ୍ବେଚ୍ଛାକୃତ ଭାବେ ଦିଆଯାଇଛି ଏଥିରେ ସତ୍ୟତା ରହିଛି ବୋଲି ଯଦି ଅଦାଲତ ଥରେ ଗ୍ରହଣ କରନ୍ତି ତେବେ ଅନ୍ୟ କୌଣସି ପ୍ରମାଣ ବା ସମର୍ଥନ ଦୋଷୀସାବ୍ୟସ୍ତ ପାଇଁ ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

04/12/2020

Leave a Reply

Your email address will not be published. Required fields are marked *

Comments