Bikash Khabar
ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ ହେବେ କୋରାପୁଟ ଏସପି

 କୋରାପୁଟ ଏସ୍ପି କନୱର ବିଶାଳ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧୫ରେ ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କୋରାପୁଟ ଏସ୍ପି ସିଂଙ୍କୁ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ କରିଛି। ଉଲ୍ଲେଖଯୋଗ୍ୟ ଯେ, ସିଂଙ୍କ ଉଦ୍ୟମ ଯୋଗୁ ଗତ ଏକ ବର୍ଷ ମଧ୍ୟରେ କୋରାପୁଟ ଜିଲାରେ ବ୍ୟାପକ ପରିମାଣର ଗଞ୍ଜେଇ ଚୋରା ଚାଲାଣକୁ ଧରପଗଡ଼ କରି ରୋକାଯାଇପାରିଛି। ସେହିପରି ଜିଲାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା ମାଓବାଦୀ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଯାଇ ପାରିଛି। ସୋସିଆଲ ମିଡିଆରେ ଖବର ପ୍ରସାରିତ ହେବାପରେ କୋରାପୁଟ ସମେତ ସାରା ଜିଲ୍ଲା ରାଜ୍ୟରୁ ତାଙ୍କ ନିକଟକୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି

14/08/2019

Leave a Reply

Your email address will not be published. Required fields are marked *

Comments