Bikash Khabar
ଭବିଷ୍ୟନିଧି ଆଇନ ରେ ହେବ ସଂଶୋଧନ,ଘରୋଇ ସହାୟକ ଓ ଡ୍ରାଇଭର ଙ୍କୁ କରାଯିବ ପିଏଫ ରେ ସାମିଲ

ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ସାମାଜିକ ସୁରକ୍ଷା ଉପରେ ଅଧିକ ଦୃଷ୍ଟିନିବଦ୍ଧ କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ଆଇନରେ ଆବଶ୍ୟକ ସଂଶୋଧନ ଆଣି ଘରୋଇ ସହାୟକ, ଡ୍ରାଇଭର ଭଳି ସେଲ୍ଫ ହେଲ୍ପ ବ୍ୟକ୍ତିମାନଙ୍କୁ ଇପିଏଫ୍ରେ ସାମିଲ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏବେ କମ୍ପାନୀ, ସରକାରୀକ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ପ୍ରଭିଡେଣ୍ଟ ଫଣ୍ଡ ଯୋଜନା ଲାଗୁ କରାଯାଇଛି। ଏଥିରେ ସ୍ବରୋଜଗାରରେ ସାମିଲ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇନାହିଁ। ନିକଟରେ ସରକାର ପିଏମ୍ଶ୍ରମଯୋଗୀ ମାନଧନ ପେନସନ ଯୋଜନା ଆରମ୍ଭ କରିଛନ୍ତି। ଏବେ ଏହାର ଆକାଉଣ୍ଟଧାରୀଙ୍କୁ ପିଏଫ୍ଆକାଉଣ୍ଟ ଖୋଲି ସେମାନଙ୍କ ଦ୍ୱାରା ଅଂଶଦାନ କରିବାକୁ ସରକାର ଚାହୁଁଛନ୍ତି। ତେବେ ଏଥିଲାଗି ୧୨% ଧାର୍ଯ୍ୟ ସୀମା ରଖାଯିବ ନାହିଁ। କେତେ ଲୋକ ସ୍ବରୋଜଗାର ଶ୍ରେଣୀରେ ରହିଛନ୍ତି, ଏହାଦ୍ୱାରା ଜଣାପଡିବ। ତେବେ ଏହି ପିଏଫ୍ଆକାଉଣ୍ଟରେ ଅଂଶଦାନକୁ ବାଧ୍ୟତାମୂଳକ କରାଯିବ ନାହିଁ। ଲୋକେ ସହମତି ଭିତ୍ତିରେ ଅଂଶଦାନ କରିପାରିବେ। ବର୍ତ୍ତମାନ ଦେଶରେ ମୋଟ . କୋଟି ପିଏଫ୍ଅଂଶଧାରୀ ରହିଛନ୍ତି ଏବଂ ଇପିଏଫ୍ ଆକାଉଣ୍ଟରେ ୧୦. ଲକ୍ଷ କୋଟି ଟଙ୍କା ଜମା ହୋଇ ରହିଛି। ବର୍ତ୍ତମାନ ବ୍ୟବସ୍ଥାରେ କର୍ମଚାରୀ ନିଯୁକ୍ତିକର୍ତ୍ତା ୧୨% ଲେଖାଏ ଅଂଶଧନ ଇପିଏଫରେ ଦେଇଥାନ୍ତି। ଅନ୍ୟପକ୍ଷରେ ବିଡି, ଝୋଟ୍, ଇଟା, କଏର ଭଳି ଉଦ୍ୟୋଗରେ ନିଯୁକ୍ତ କର୍ମଚାରୀଙ୍କୁ ୧୦ ପ୍ରତିଶତ ଲେଖାଏ ଅଂଶଧନ ଦେବାକୁ ପଡିଥାଏ।

28/08/2019

Leave a Reply

Your email address will not be published. Required fields are marked *

Comments