Bikash Khabar
ଜଳ ପର୍ଯ୍ୟଟନ ପାଇଁ ଅଣ୍ଟା ଭିଡ଼ିଲେ: ଚିଲିକା, ଭିତରକନିକା, ହୀରାକୁଦରେ ହେବ ହାଉସ ବୋଟ

 ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳ ପର୍ଯ୍ୟଟନକ୍ଷେତ୍ରକୁ ମଜଭୁତ କରିବାକୁ ଗୁରୁତ୍ବ ଦିଆଯାଇଛି। ଏନେଇ ବୈଷୟିକ ସୁଯୋଗ ହାସଲ ନିମନ୍ତେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ -ଟିକାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏଇ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି। ବୁଝାମଣା ମୁତାବକ ଜଳକ୍ରୀଡ଼ା ତଥା ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ କରାଯିବ। ଏସିଆର ସର୍ବବୃହତ୍ଲୁଣି ହ୍ରଦ ଚିଲିକା, ରାଜ୍ୟର ୪୮୨ କିଲୋମିଟର ଦୀର୍ଘ ସମୁଦ୍ରକୂଳ, ୮ଟି ବୃହତ୍ଜଳ ଭଣ୍ଡାର ସହ ସୌନ୍ଦର୍ଯ୍ୟ ବିମଣ୍ଡିତ ଜଳାଶୟଗୁଡ଼ିକରେ ଜଳକ୍ରୀଡ଼ା, ଆମୋଦପୂର୍ଣ୍ଣ କ୍ରୀଡ଼ାର ବ୍ୟବସ୍ଥା ହେବ। କିଛି ସ୍ଥାନରେ ହାଉସ ବୋଟ୍ ମଧ୍ୟ ବ୍ୟବସ୍ଥା ଉପଲବ୍ଧ ହେବ। ଗତବର୍ଷ ଜୁଲାଇ ମାସରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳକ୍ରୀଡ଼ା ପରିଚାଳନା କରୁଥିବା ବ୍ୟକ୍ତିବିଶେଷ ନିବେଶକଙ୍କୁ ନେଇ ଏକ ଫାମ ଟ୍ରିପ୍କରାଯାଇଥିଲା। ଚିଲିକା, ତାମ୍ପରା, ଭିତରକନିକା, ଗୋପାଳପୁର ବେଳାଭୂମିରେ ଏହା ଆୟୋଜନ କରାଯାଇଥିବା େଳେ କ୍ଷେତ୍ରରେ ସିଙ୍ଗିଲ୍ୱିଣ୍ଡୋ ପ୍ରସ୍ତାବ ଆସିଥିଲା। ଏଇ ଆଧାରରେ ସଂପ୍ରତି ତାମ୍ପରା, ଗୋପାଳପୁର, ବରକୂଳ, ଚନ୍ଦ୍ରଭାଗା ନରାଜ ଭଳି ୫ଟି ଜଳକ୍ରୀଡ଼ା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏତଦବ୍ୟତୀତ ଚିଲିକାର କେତେକ ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ମଧ୍ୟ ରେସ୍ତୋରାଁ ଚଳାଇବା ପାଇଁ ଟେଣ୍ଡର ଡକା ସରିଛି। କେତେକ ଜାତୀୟ ଜଳପଥ ଅଞ୍ଚଳ ସ୍ଥାନରେ ମଧ୍ୟ ନଦୀ ଜଳଯାତ୍ରା କରିବାର ବ୍ୟବସ୍ଥା ହାତକୁ ନେବାକୁ ଉଦ୍ୟମ ଚାଲିଛି। ଓଡ଼ିଶା ସଂପ୍ରତି ଇଣ୍ଡିଆସ୍ବେଷ୍ଟ୍କେପ୍ଟ ସିକ୍ରେଟବ୍ରାଣ୍ଡ ଭାବେ ନିଜକୁ ପ୍ରତିପାଦିତ କରିପାରିଥିବା ବେଳେ ଜଳକ୍ରୀଡ଼ା ବ୍ୟତୀତ ଚିଲିକା, ଭିତରକନିକା ହୀରାକୁଦ ଜଳ ଭଣ୍ଡାରରେ ହାଉସ ବୋଟ ପ୍ରଚଳନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ବୋଲି ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି। କେରଳ ସିପିଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମର ପରିଚାଳନା ନିର୍ଦେଶକ ପ୍ରଶାନ୍ତ ନୈୟାର ଏବଂ ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ଆର୍ଯାଦବ ଏହି ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ବୁଝାମଣା ପତ୍ର ସ୍ବାକ୍ଷର ବେଳେ କେରଳର ବୈଷୟିକ ଦଳ ଉପସ୍ଥିତ ଥିଲେ। ଏମାନେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବ୍ୟାପକ ଅନୁଧ୍ୟାନ କରିବା ସହ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ପ୍ରଦାନ କରିବେ।

14/02/2020

Leave a Reply

Your email address will not be published. Required fields are marked *

Comments